ସପ୍ନା ଚୌଧୁରୀଙ୍କ ନୂଆ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍: ୨୫ କୋଟିରୁ ଅଧିକ ଲୋକ ଦେଖିସାରିଲେଣି

0 82

ହରିଆଣାର ଡ୍ୟାନ୍ସିଂ କୁଇନ୍ ସପ୍ନା ଚୌଧୁରୀଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଚହଳ ପକାଇଛି । ଏହି ଭିଡିଓକୁ ଲୋକମାନେ ଖୁବ୍ ଦେଖି ଏହାର ମଜା ନେଉଛନ୍ତି । ନିଜର ଦେଶୀ ଅନ୍ଦାଜରେ ଲୋକଙ୍କ ହୃଦୟ ଜିତୁଥିବା ସପ୍ନା ଚୌଧୁରୀଙ୍କ ଏହି ଭିଡିଓକୁ ୨୫ କୋଟିରୁ ଅଧିକ ଥର ଲୋକେ ଦେଖିସାରିଲେଣି । ଲକ୍ଡାଉନ୍ ସମୟରେ ସପ୍ନା ଚୌଧୁରୀଙ୍କ ଡ୍ୟାନ୍ସ ଖୁବ୍ ଚର୍ଚ୍ଚାରେ ରହିଛି । ଏହି ସମୟରେ ତାଙ୍କର ‘ତୁ ଚିଜ୍ ଲାଜବାବ୍’ ଗୀତଟି ସୋସିଆଲ୍ ପ୍ଲାଟଫର୍ମରେ ଖୁବ୍ ଭାଇରାଲ୍ ହେଉଛି । ଏହି ଗୀତଟିକୁ ରାଜୁ ପଞ୍ଜାବୀ ଗାଇଛନ୍ତି ଓ ଏଣ୍ଡି ଦାହିୟା ଏହି ଗୀତକୁ ଲେଖିଛନ୍ତି । ହରିଆଣାର ଏକ ଅର୍କେଷ୍ଟ୍ରା ଟିମ୍ ସହ କ୍ୟାରିୟର ଆରମ୍ଭ କରିଥିବା ସପ୍ନା ଚୌଧୁରୀ ଆଜି କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିତିବାରେ ସକ୍ଷମ ହୋଇଛନ୍ତି । ଏହି କାରଣରୁ ତାଙ୍କର ଗୀତ ରିଲିଜ୍ ହେବା କ୍ଷଣି ସୋସିଆଲ୍ ମିଡିଆରେ କ୍ଷୀପ୍ର ବେଗରେ ମାଡ଼ିଯାଇଥାଏ । ସପ୍ନାଙ୍କ ଏହି ନୂଆ ଭିଡିଓକୁ ସୋନାଟେକ୍ ୟୁ ଟ୍ୟୁବ୍ ଚାନେଲ୍ରେ ରିଲିଜ୍ କରାଯାଇଛି । ଗୀତର ଲୋକପ୍ରିୟତାକୁ ଦେଖି ଏହାର ଦୁଇଟି ଭର୍ସନ୍ ରିଲିଜ୍ କରାଯାଇଛି ।

Leave A Reply

Your email address will not be published.