ଆସୁଛି ଆସିମ୍-ହିମାଂଶୀଙ୍କ ନୂଆ ମ୍ୟୁଜିକ୍ ଭିଡିଓ

0 71

ବିଗ୍ ବସ୍-୧୩ରେ ଚର୍ଚ୍ଚାରେ ଥିବା ଆସିମ୍ ରିୟାଜ୍ ଓ ପଞ୍ଜାବୀ ଅଭିନେତ୍ରୀ ହିମାଂଶୀ ଖୁରାନ୍ନା ପୁଣିଥରେ ଏକ ମ୍ୟୁଜିକ୍ ଭିଡିଓରେ ଦେଖାଦେବେ ବୋଲି ଜଣାପଡ଼ିଛି । କଲ୍ଲା ସୋହଣା ନୂଆ ଭିଡିଓର ଗୀତରେ ତାଙ୍କର ଯୋଡ଼ିକୁ ଖୁବ୍ ପ୍ରଶଂସା ମିଳୁଛି । ଏହି ଯୋଡ଼ି ପୁଣିଥରେ ଧମାଲ କରିବାକୁ ଯାଉଛନ୍ତି ବୋଲି ଇନ୍ଷ୍ଟାଗ୍ରାମ୍ରେ ଏକ ପୋଷ୍ଟର ଜାରି କରି ଆସିମ୍ ସୂଚନା ଦେଇଛନ୍ତି । ଆସିମ୍ ରିୟାଜ୍ କହିଛନ୍ତି କି କଲ୍ଲା ସୋହଣା ଗୀତର ସଫଳତା ପରେ ତାଙ୍କର ନୂଆ ଗୀତ ‘ଖୟାଲ୍ ରଖନା କର’ ଖୁବ୍ଶୀଘ୍ର ଆସୁଛି । ଏହି ଗୀତଟି ଜୁନ୍ ୧୦ ତାରିଖରେ ରିଲିଜ୍ ହେବ । ପୋଷ୍ଟରରେ ଆସିମ୍ ସ ହିମାଂଶୀଙ୍କ ରୋମାଣ୍ଟିକ୍ କେମିଷ୍ଟ୍ରି ଦର୍ଶକେ ଦେଖିବାକୁ ପାଇବେ । ଏହି ଗୀତଟି ବି ଦର୍ଶକଙ୍କ ମନକୁ ବେଶ୍ ଛୁଇଁବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.