ସଲମାନ୍ଙ୍କ ନାମ ନନେଇ ବି ବହୁ କିଛି ଇଙ୍ଗିତ କଲେ ସୋନୁ

0 72

ବଲିଉଡ୍ର ଖ୍ୟାତନାମା ଗାୟକ ସୋନୁ ନିଗମ ଏଭଳି ଏକ ଘଟଣାକୁ ଉପସ୍ଥାପନ କରିଛନ୍ତି ଯାହାକୁ ନେଇ ବଲିଉଡ୍ରେ ଚର୍ଚ୍ଚା ଜୋର୍ ଧରିଛି । ସୋନୁ ନିଗମ ନିଜ ବ୍ଲଗ୍ରେ କହିଛନ୍ତି ଆଜି ଆପଣମାନେ ସୁଶାନ୍ତ ସିଂ ରାଜପୁତଙ୍କ ନାମ ଶୁଣୁଛନ୍ତି, ହୁଏତ ଆସନ୍ତାକାଲି କୌଣସି ମୁୃ୍ୟଜିସିୟାନ୍ କିମ୍ବା ମ୍ୟୁଜିକ୍ କମ୍ପୋଜର ବି ସୁଶାନ୍ତଙ୍କ ଭଳି ପଦକ୍ଷେପ ନେଇପାରନ୍ତି । ସୋନୁ ନିଗମ କହିଛନ୍ତି କି ମ୍ୟୁଜିକ୍ ଜଗତରେ ବହୁତ ବଡ଼ ବଡ଼ ମାଫିଆ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଟି ବଡ଼ କମ୍ପାନୀ ରହିଛି ଯେଉଁମାନେ କେଉଁ ଗାୟକ ଗାଇବ ଓ କାହାକୁ ବାହାର କରାଯିବ ସେମାନେ ହିଁ ସ୍ଥିର କରନ୍ତି । ସୋନୁ ନିଗମ କରିଥିବା ଏହି ଖୁଲାସାରେ ସଲମାନ୍ ଖାନ୍ଙ୍କ ନାମ ନନେଇ ବି ତାଙ୍କ ଉପରେ ବହୁତ କିଛି କହିଛନ୍ତି । ମୋ ସହିତ ବି ଏଭଳି ହୋଇପାରେ କି ମୁଁ ଯାହା ଆଜି ଗାଉଛି ଆଉ ଜଣେ ଆସି ସେହି ଗୀତ ମୋ ଦ୍ୱାରା ରେକର୍ଡିଂ ନକରାଇବା ପାଇଁ ଅନ୍ୟକୁ କହୁଛି । ସେ ବ୍ୟକ୍ତିଜଣକ ଆଉ କେହି ନୁହନ୍ତି ବରଂ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଆଜିକାଲି ଯାହାକୁ ଇଙ୍ଗିତ କରାଯାଉଛି । ସୂଚନାଥାଉକି ସୋନୁ ନିଗମ ଓ ସଲମାନ୍ ଖାନ୍ଙ୍କ ଝଗଡ଼ା ପୂରା ବଲିଉଡ୍କୁ ମାଲୁମ୍ । ସଲମାନ୍ ଖାନ୍ ତାଙ୍କ ଉପରେ ନାରାଜ ହେବା ପରେ ଅରଜିତ୍ ସିଂଙ୍କ ଉପରେ ତାଙ୍କ ରାଗ ସୁଝାଇଥିଲେ । ଏପରିକି ସଲମାନ୍ଙ୍କ କୌଣସି ବି ଚଳଚ୍ଚିତ୍ରରେ ଅରଜିତ୍ଙ୍କୁ ଗାଇବାକୁ ସୁଯୋଗ ଦିଆଯାଇନଥିଲା । ଏପରିକି ବହୁଥର ସଲମାନ୍ଙ୍କ ଫିଲ୍ମରେ ଅରଜିତ୍ ସିଂଙ୍କୁ ଗାଇବାକୁ ସୁଯୋଗ ମିଳିଥିଲେ ବି ଶେଷ ମୁହୂର୍ତ୍ତରେ ସଲମାନ୍ ଖୋଦ୍ ଅରଜିତ୍ଙ୍କ ନାମକୁ ହଟାଇ ଦେଇ ଓ ଅନ୍ୟ ସିଙ୍ଗର୍ଙ୍କୁ ଗାଇବାକୁ ସୁଯୋଗ ଦେବାର ପ୍ରମାଣ ରହିଛି ।

Leave A Reply

Your email address will not be published.