ଆଜି ବି ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି ଅମରୀଶ ପୁରୀ

0 78

୧୯୩୨ ମସିହା ଜୁନ୍ ୨୨ ତାରିଖରେ ଅଭିନେତା ଅମରୀଶ୍ ପୁରୀଙ୍କ ଜନ୍ମ ହୋଇଥିଲା । ତେବେ ଅମରୀଶ ପୁରୀ ଦୁନିଆକୁ ଦୀର୍ଘ ୧୫ ବର୍ଷ ହେବ ଅଲ୍ବିଦା କରିସାରିଛନ୍ତି । କିନ୍ତୁ ତାଙ୍କର ଅଭିନୟ ଆଜି ବି ଲୋକଙ୍କ ମନରେ ବେଶ୍ ତାଜା ରହିଛି । ମୁଖ୍ୟତ୍ ଅମରୀଶ ପୁରୀ ବଲିଉଡ୍ରେ ଭିଲେନ୍ ରୂପରେ ବେଶ୍ ପରିଚିତି ଲାଭ କରିଛନ୍ତି । ପ୍ରାୟତଃ ବଲିଉଡର ବହୁ ସୁପରହିଟ୍ ଚଳଚ୍ଚିତ୍ରରେ ତାଙ୍କର ଭିଲେନ୍ ରୋଲ୍ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥାଏ । କେତେବେଳେ ମୋଗାମ୍ବୋ ଭଳି ଚରିତ୍ରରେ ଅଭିନୟ କରି ସମସ୍ତଙ୍କୁ ଡରାଇଥାନ୍ତି ତ ଆଉ କେତେବେଳେ ‘ଦାମିନୀ’ର ଚଡ୍ଡା ରୋଲ୍ରେ ଅଭିନୟ କରି ଲୋକଙ୍କୁ ରଗାଇଥାନ୍ତି । କିନ୍ତୁ ଯେଉଁ ଅମରୀଶ୍ ପୁରୀଙ୍କୁ ଆପଣ ଚଳଚ୍ଚିତ୍ରରେ ଭିଲେନ୍ ରୂପରେ ଦେଖିଛନ୍ତି ସେ ମାତ୍ର ୨୧ ବର୍ଷ ବୟସରେ ଗୋଟିଏ ବୀମା କମ୍ପାନୀର କର୍ମଚାରୀ ଭାବେ କାମ କରି ଜୀବିକା ନିର୍ବାହ କରୁଥିଲେ । କିନ୍ତୁ ଆକ୍ଟିଂ କରିବାର ସଉକ ତାଙ୍କ ମନ ଭିତରେ ସବୁବେଳେ ରହିଥିଲେ ବି ତାହା ପ୍ରକାଶ କରିବା ପାଇଁ କେଉଁଠି ସୁଯୋଗ ମିଳୁନଥିଲା । ତେବେ ପ୍ରଥମଥର ପାଇଁ ଇବ୍ରାହିମ୍ ଅଲ୍ଫାଜି ତାଙ୍କୁ ଥିଏଟରରେ କାମ କରିବାକୁ ସୁଯୋଗ ଦେଇଥିଲେ । ୧୯୬୧ ମସିହାରୁ ସେ ଥିଏଟରରୁ କାମ କରି ବେଶ୍ ନାମ କମାଇଥିଲେ । ତେବେ ଏତେସବୁ ଥିଏଟରରେ କାମ କରିବା ପରେ ବି ତାଙ୍କୁ ବଲିଉଡ୍ରେ ସୁଯୋଗ ମିଳିନଥିଲା । ଇତିମଧ୍ୟରେ ସତ୍ୟଦେବ ଦୁବେଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ସେତେବେଳେ ସତ୍ୟଦେବ ଦୁବେ ଜଣେ ପ୍ରଖ୍ୟାତ ଆକ୍ଟର ସାଙ୍ଗକୁ ଭଲ ଲେଖକ ଓ ନିର୍ଦ୍ଦେଶକ ଭାବେ ବେଶ୍ ପରିଚିତ ଥିଲେ । ଅଳ୍ପ ବୟସରୁ ସତ୍ୟଦେବ ଏତେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ହେବା ଯୋଗୁଁ ସବୁଠି ତାଙ୍କୁ ପ୍ରଶଂସା କରାଯାଉଥିଲା । କିନ୍ତୁ ଅମରୀଶ ପୁରୀଙ୍କ ବୟସ ସତ୍ୟଦେବ ଦୁବେଙ୍କ ଠାରୁ ଅଧିକ ଥିଲା । ତଥାପି ସେ ସତ୍ୟଦେବଙ୍କୁ ଗୁରୁ ବୋଲି ଭାବୁଥିଲେ । ଅମରୀଶ ପୁରୀ ଦୀର୍ଘଦିନ ପର୍ଯ୍ୟନ୍ତ ସତ୍ୟଦେବ ଦୁବେଙ୍କ ସହ ସହାୟକ ଭାବେ କାମ କରିଥିଲେ । ଏହିଠାରୁ ହିଁ ଚଳଚ୍ଚିତ୍ର ଜୀବନର ଦୌଡ଼ ତାଙ୍କର ଆରମ୍ଭ ହୋଇଥିଲା । ୧୯୭୧ ମସିହାରେ ଫିଲ୍ମ ‘ରେଶ୍ମା’ ଓ ‘ଶେରା’ ଚଳଚ୍ଚିତ୍ରରେ ଅମରୀଶ୍ ପୁରୀଙ୍କ ଆକ୍ଟିଂକୁ ଖୁବ୍ ତାରିଫ୍ କରାଯାଇଥିଲା । ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ତାଙ୍କୁ ବଲିଉଡ୍ର ଗୋଟିଏ ପରେ ଗୋଟିଏ ବଡ଼ ଚଳଚ୍ଚିତ୍ରରେ କାମ କରିବା ପାଇଁ ସୁଯୋଗ ମିଳିଥିଲା ।

Leave A Reply

Your email address will not be published.