ସୁଟିଂ ସେଟକୁ ଫେରିଲେ ତାପସୀ ପନ୍ନୁ

0 79

କରୋନା ଭାଇରସ୍ ମହାମାରୀ ଯୋଗୁଁ ୩ ମାସ ପର୍ଯ୍ୟନ୍ତ ପୂରା ଦେଶ ଲକ୍ଡାଉନ୍ ଥିଲା । କିନ୍ତୁ ଏବେ ଦେଶର ବହୁ ସ୍ଥାନରେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବହୁ କଳାକାର ଇତିମଧ୍ୟରେ ଏହାକୁ ନେଇ ବେଶ୍ ସଚେତନ ଥିବା ପରି ମନେହେଉଛି । କିଛି କଳାକାର ମଧ୍ୟ ଏବେ ସୁଟିଂ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ତ ଆଉ କିଛି କଳାକାର ସୁଟିଂ ସେଟ୍ରେ ସୁଟିଂ ଆରମ୍ଭ କରିଦେଲେଣି । ତାପସୀ ପନ୍ନୁ ସୁଟିଂ ଲୋକେସନ୍ରେ ପହଞ୍ôଚ ସୁଟିଂ କରୁଥିବା ଜଣାଯାଇଛି । ଏହାର କିଛି ଫଟୋ ତାପସୀ ଇନ୍ଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରିଛନ୍ତି । ଏହାର କ୍ୟାପସନ୍ରେ ସେ ଲେଖିଛନ୍ତି କି ପୁଣିଥରେ କାମକୁ ଫେରିଆସିଛି । ପୂର୍ବରୁ ଟିଭି ଅଭିନେତ୍ରୀ ଅନୀତା ହସନନ୍ଦାନୀ ଓ ନିୟା ଶର୍ମା ବି ନାଗିନ୍-୪ ଫିନାଲେ ପାଇଁ ସୁଟିଂ କରିଥିବା ଜଣାଯାଇଛି ।

Leave A Reply

Your email address will not be published.