ଅଭିନେତା ଅର୍ଜୁନ ରାମପଲଙ୍କୁ ୬ ଘଣ୍ଟା ଜେରା କଲା ଏନସିବି

0 71

ମୁମ୍ୱାଇ: ବଲିଉଡ-ଡ୍ରଗ୍ସ ଲିଙ୍କରେ ଅଭିନେତା ଅର୍ଜୁନ ରାମପଲଙ୍କୁ ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ୬ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛି । ଜେରାର ସମ୍ମୁଖୀନ ହୋଇ ଏନସିବିର ମୁମ୍ୱାଇ କାର୍ଯ୍ୟାଳୟରୁ ବାହାରିବା ବେଳେ ୪୭ ବର୍ଷୀୟ ରାମପଲ କହିଛନ୍ତି, ମୁଁ ତଦନ୍ତରେ ପୂର୍ଣ୍ଣମାତ୍ରାରେ ସହଯୋଗ କରୁଛି । ଡ୍ରଗ୍ସ ସହ ମୋର କୌଣସି ସମ୍ପର୍କ ନାହିଁ । ମୋ ଘରୁ ଯେଉଁ ମେଡିସିନ ଠାବ ହୋଇଛି, ତାହା ଡାକ୍ତର ମୋତେ ଖାଇବାକୁ ପରାମର୍ଶ ଦେଇଥିଲେ । ତା’ର ପ୍ରେସକ୍ରିପସନ ମିଳିଛି ଓ ଏହାକୁ ମୁଁ ଏନସିବିକୁ ଦେଖା ସାରିଛି । ଏନସିବି ବେଶ ଭଲ ଭାବେ ତଦନ୍ତ କରୁଛି । ମୁଁ ତଦନ୍ତକୁ ସମର୍ଥନ କରୁଛି । ତଦନ୍ତକାରୀ ଅଧିକାରୀ ସମୀର ୱାଙ୍ଖେଡ ଭଲ କାମ କରୁଛନ୍ତି । ମୁଁ ଖାଉଥିବା ମେଡିସିନ୍ ଆପଣମାନେ ମଧ୍ୟ ଖାଆନ୍ତୁ । ବେଶ ଭଲ ହେବ ବୋଲି ସେ କହିଛନ୍ତି । ଗତ ସୋମବାର ରାମପଲଙ୍କ ଘରେ ଏନସିବି ରେଡ୍ କରିଥିଲା । ଏହାପରେ ତାଙ୍କୁ ହାଜର ହେବାକୁ ସମନ କରାଯାଇଥିଲା । ରାମପଲଙ୍କ ପୂର୍ବରୁ ତାଙ୍କ ଗର୍ଲପ୍ରେଣ୍ଡଙ୍କୁ ବୁଧବାର ଓ ଗୁରୁବାର ଏନସିବି ୬ ଘଣ୍ଟା ଧରି ଜେରା କରିଥିଲା । ସେହିପରି ଡ୍ରଗ୍ସ ଲିଙ୍କରେ ରାମପଲଙ୍କ ଗର୍ଲପ୍ରେଣ୍ଡଙ୍କ ଭାଇଙ୍କୁ ଏନସିବି ଦୁଇଥର ଗିରଫ କରିସାରିଛି ।

Leave A Reply

Your email address will not be published.