ହଟ୍ ଲୁକରେ କ୍ୟାଟ୍ରିନା

0 72

ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବଂ ଫ୍ୟାଶନ ପରସ୍ପର ସହ ଓତଃପ୍ରୋତଃ ଭାବେ ଜଡ଼ିତ । ଗତ ଏକମାସ ଧରି କ୍ୟାଟ୍ରିନା କୈଫ୍ ମାଲଦ୍ୱୀପରେ ଛୁଟିରେ ଥିଲେ, ଯାହାର ସୂଚନା ସେ ଇନଷ୍ଟାଗ୍ରାମରେ କ୍ରମାଗତ ଭାବରେ ଫଟୋ ସେୟାର କରିଛନ୍ତି । ଏପରିକି ଏହି ଛୁଟିଦିନରେ କ୍ୟାଟ୍ରିନା ଏକ ପତ୍ରିକା ପାଇଁ ଫଟୋସୁଟ ଦେଇଥିଲେ । କ୍ୟାଟ୍ରିନା ନିକଟରେ ମାଲଦ୍ୱୀପରେ ପ୍ରସିଦ୍ଧ ଫାଲ୍ଗୁନି ଏବଂ ସେନ୍ ପିକାକ୍ ପତ୍ରିକା ପାଇଁ ଏକ ଫଟୋ ସୁଟ୍ କରିଥିଲେ । ଏହି ହାଇ ଡିଜାଇନ୍ର ଫଟୋ ସୁଟ୍ରେ, କ୍ୟାଟ୍ରିନା ମାଲଦ୍ୱୀପର ଧଳା ବାଲି ଉପରେ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯାଉଛନ୍ତି । କ୍ୟାଟ୍ରିନା ଏକ ସୁନ୍ଦର ହାର ସହ ନାଲି ରଙ୍ଗର ପୋଷାକ ପିନ୍ଧିଥିବା ନଜର ଆସୁଛନ୍ତି । ସ୍ମୋକି ଆଖିରେ ତାଙ୍କର ମେକଅପ୍ ବହୁତ ଆକର୍ଷଣୀୟ ଲାଗୁଛନ୍ତି । କ୍ୟାଟ୍ରିନା ଏହି ପୋଷାକ ସହିତ ଅକ୍ସିଡାଇଜଡ୍ ରୂପା ଅଳଙ୍କାର ପିନ୍ଧିଛନ୍ତି ଯାହା ତାଙ୍କ ଚେହେରାକୁ ପରିପୂର୍ଣ୍ଣ କରୁଛି । କ୍ୟାଟ୍ରିନା ଏହି ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରିବା ପରେ ଏହା ଜବରଦସ୍ତ ଭାଇରାଲ୍ ହେବାରେ ଲାଗିଛି । ଏପରିକି କିଛି ୟୁଜର୍ସ ତାଙ୍କର ଏହି ଫଟୋକୁ ହଟ୍ଲୁକ୍ ବୋଲି କମେଣ୍ଟସ୍ ଦେଇଛନ୍ତି ।

Leave A Reply

Your email address will not be published.