ବାସ୍ତୁଦୋଷ ଦୂର ପାଇଁ ବେଡରୁମ୍‌ରେ ଲଗାନ୍ତୁ ରାଧା-କୃଷ୍ଣଙ୍କ ଫଟୋ

0 78

ଘରେ ଦେବା-ଦାବୀ ବିଶେଷକରି ରାଧା-କୃଷ୍ଣଙ୍କ ଫଟୋ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଘରେ ରାଧାକୃଷ୍ଣଙ୍କ ଫଟୋ ରଖିବା ଦ୍ୱାରା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବଢିଥାଏ । ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ଦୁହିଁଙ୍କ ମଧ୍ୟରେ କୌଣସି ଝଗଡା ହୋଇନଥାଏ ଏବଂ ପାରସ୍ପରିକ ମଧ୍ୟରେ ପ୍ରେମ ରହିଥାଏ । କିନ୍ତୁ ଏହାକୁ ଲଗାଇବା ପୂର୍ବରୁ ସଠିକ୍‌ ଦିଗ ଏବଂ ସ୍ଥାନ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବାସ୍ତୁ ନିୟମ ଅନୁଯାୟୀ ଏହାକୁ କେଉଁ ଦିଗରେ ଲଗାଇବା ଉଚିତ୍‌ ଆସନ୍ତୁ ଜାଣିବା । ଭଗବାନ କିମ୍ବା ଅନ୍ୟ ଦାବାଦେବୀଙ୍କ ଫଟୋ ଶୋଇବା ଘରେ ରଖିବା ନିଷେଧ । କିନ୍ତୁ ଘରର ବେଡ୍‌ରୁମ୍‌ରେ ରାଧାକୃଷ୍ଣଙ୍କ ଫଟୋ ଲଗାଇବା ଶୁଭ ବୋଲି ବିବେଚନା କରାଯାଏ । ଏହା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ତିକ୍ତତାକୁ କମ୍ କରିଥାଏ ଏବଂ ପ୍ରେମ ବଢାଇଥାଏ । ଘରର ବେଡ୍‌ ରୁମ୍‌ରେ ଉତ୍ତର-ପୂର୍ବ ଦିଗରେ ରାଧାକୃଷ୍ଣଙ୍କ ଫଟୋ ଲଗାଯିବା ଉଚିତ୍ । ଏଥି ସହିତ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଉଥିବାର ଏକ ଫଟୋ ଉତ୍ତର ଦିଗରେ ଲଗାଇବା ଉଚିତ୍ । ଏହା ଚାକିରି ସମୟରେ ଆସୁଥିବା ସମସ୍ୟାକୁ ଦୂର କରିଥାଏ । ଘରେ ରାଧା-କୃଷ୍ଣଙ୍କ ଫଟୋ ଲଗାଇବା ବାସ୍ତୁ ଦୋଷରୁ ମୁକ୍ତି ମିଳିଥାଏ । ଏହି ଫଟୋକୁ ଲଗାଇବା ଦ୍ୱାରା ବାସ୍ତୁ ଦୋଷରୁ ମୁକ୍ତି ମିଳିଥାଏ । ଘର ଉପରେ କୁଦୃଷ୍ଟିର କୌଣସି ପ୍ରଭାବ ପଡ଼େ ନାହିଁ । ସକରାତ୍ମକ ଶକ୍ତି ଘରେ ରହିଥାଏ ।

Leave A Reply

Your email address will not be published.