ବଡ ପରଦାକୁ ଆସିବ ସବୁଠାରୁ ପପୁଲାର ଶୋ ‘ଶକ୍ତିମାନ’

0 70

ମୁମ୍ବାଇ, ୭ା୭: ଦଶକର ସବୁଠାରୁ ପପୁଲାର ଟିଭି ଶୋ ଶକ୍ତିମାନ । ଛୋଟ ପିଲାଙ୍କ ସହ ଏହା ବଡ ମାନଙ୍କୁ ମଧ୍ୟ ପସନ୍ଦ ଆସିଥିଲା । ପପୁଲାର ଅଭିନେତା ମୁକେଶ ଖାନ୍ନା ଏହି ଚରିତ୍ରରେ ଦୀର୍ଘ ସମୟ ଧରି ଦର୍ଶକଙ୍କ ମନ ଜିତିଥିଲେ । ତେବେ ଏହି ଶୋ’ର ଲୋକପ୍ରିୟତାକୁ ନେଇ ଅନେକ ସମୟରୁ ଏହାକୁ ବଡ଼ ପରଦାକୁ ଆଣିବାକୁ ଉଦ୍ୟମ କରାଯାଇଥିଲା । ଆଉ ଜଣାପଡିଛି ମାର୍ବଲ ସିନେମୈଟିକ ୟୁନିଭର୍ସରେ ଏହା ସାମିଲ ହେବ । ଆଉ ଏବେ ସିନେମାର ଲିଡ ରୋଲରେ କେଉଁ ଅଭିନେତା ନଜର ଆସିବେ ଜଣା ପଡିବା ପରେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କଥା ହେଉଛି, ଗତ କିଛି ସମୟରୁ ୧୯୯୭ ମସିହାର ଶକ୍ତତିମାନ ଶୋ ଉପରେ ସିନେମା ହବାର ଖବର ଚର୍ଚ୍ଚାରେ ହେଉଥିଲା । ଖୁବଶୀଘ୍ର ଏହି ସିନେମାଟି ବଡ ପରଦାରେ ଆସିବ, ଏ ନେଇ ଶକ୍ତିମାନ ଶୋ’ର ମୁଖ୍ୟ ଭୂମିକାରେ ଥିବା ଅଭିନେତା ମୁକେଶ ଖାନ୍ନା ସୂଚନା ଦେଇଥିଲେ । ଏହି ସିନେମାଟି ସୋନି ପିକ୍‌ଚର ଇଣ୍ଟରନ୍ୟାସନାଲଆଉ ମୁକେଶ ଖାନ୍ନାଙ୍କ ପ୍ରଡକ୍ସନ ହାଉସ ଭୀଷ୍ମ ଇଣ୍ଟରନ୍ୟାସନାଲର ମିଳିତପ୍ରଯୋଜନାରେ ନିର୍ମାଣ କରାଯାଉଛି । ଏହାର ଲିଡ ରୋଲ ପାଇଁ ପ୍ରଥମେ ଟାଲେଣ୍ଟେଡ ଅଭିନେତା ବିଦ୍ୟୁତ ଜମାୱାଲ ଓ ତାପରେ ଭର୍ସାଟାଇଲ ଆକ୍ଟର ବିକି କୌଶଲଙ୍କ ନା ଶୁଣିବାକୁ ମିଳୁଥିଲା । କିନ୍ତୁ ବର୍ତ୍ତମାନର ଖବର ଅନୁସାରେ ଯାହା ଜଣାପଡିଛି, ସୁପରଷ୍ଟାର ରଣବୀର ସିଂ ଏହାର ମୁଖ୍ୟ ଭୂମିକାରେ ଅଭିନୟ କରିବେ । ରଣବୀର ମଧ୍ୟ ଏହି ଚରିତ୍ରକୁ ନେଇ ବେଶ ଉତ୍ସାହିତ ଥିବାର ଏହି ରିପୋର୍ଟରେ ଜଣାପଡିଛି । କିନ୍ତୁ ଏବେ ପର୍ଯ୍ୟନ୍ତ ସେ ଫିଲ୍ମ ସାଇନ କରିନାହାଁନ୍ତି । ସେପଟେ ମୁକେଶ ଖାନ୍ନାଙ୍କୁ ଏ ନେଇ ପ୍ରଶ୍ନ କରାଯିବା ପରେ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ । କିନ୍ତୁ ସେ ଏହି ଖବରକୁ ଖଣ୍ଡନ ମଧ୍ୟ କରିନାହାଁନ୍ତି । ଯଦିଓ ଏ ପର୍ଯ୍ୟନ୍ତ ଏହି ଖବରର କୌଣସି ସ୍ପଷ୍ଟ ହୋଇନି, ହେଲେ ଯଦି ଏହି ଖବରଟି ସତ ହୋଇଥାଏ ତେବେ ରଣବୀରଙ୍କୁ ପୁଣିଥରେ ଗୋଟେ ଅଲଗା ଓ ଚମତ୍କାର ଭୂମିକାରେ ଦେଖିବାକୁ ମିଳିବ । ଆଉ ଯେହେତୁ ଯେ କୌଣସି ଭୂମିକାକୁ ବାସ୍ତବିକ ରୁପ ଦେବାରେ ରଣବୀର ନିଜ ଜୀବନ ଲଗାଇ ଦିଅନ୍ତି, ତେଣୁ ଫ୍ୟାନ୍ସ ମାନେ ମଧ୍ୟ ତାଙ୍କ ପ୍ରିୟ ସୁପରଷ୍ଟାରଙ୍କୁ ସୁପରହିରୋ ଭୂମିକାରେ ଦେଖିବା ପାଇଁ ବେଶ ଉତ୍ସାହିତ ଅଛନ୍ତି ।

Leave A Reply

Your email address will not be published.