ରିକିଂ ପଣ୍ଟିଂଙ୍କ ୱାର୍ଲ୍ଡ ରେକର୍ଡର ବରାବର କରିବାକୁ ରୋହିତଙ୍କ ପାଖରେ ସୁଯୋଗ

0 74

ନର୍ଟିଂହାମ, ୧୦ା୭: ନର୍ଟିଂହାମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଅନ୍ତିମ ମ୍ୟାଚ୍ ଆଜି ଖେଳାଯିବ । ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ଭାରତ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି । ଘରୋଇ ଇଂଲଣ୍ଡ ନିଜର ସମ୍ମାନ ରକ୍ଷା ପାଇଁ ଆଜି ପଡିଆକୁ ଓହ୍ଲାଇବ । ଇଂଲଣ୍ଡକୁ ହରାଇ କ୍ଲିନ ସୁଇପ୍‌ କରିବା ଲକ୍ଷ୍ୟ ରଖିଛି ରୋହିତ ବାହିନୀ । ଯଦି ଭାରତ ଆଜିର ମ୍ୟାଚ୍ ଜିତି ନିଏ ତବେ ରୋହିତ ଶର୍ମା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ୧୯ ବର୍ଷର ପୁରୁଣା ରେକର୍ଡର ସମକକ୍ଷ ହୋଇ ପାରିବେ । ରୋହିତ ଶର୍ମା ଅଧିନାୟକ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ଲଗାତାର ୧୯ ମୁକାବିଲା କରି ସାରିଛନ୍ତି । ତେବେ ଅଧିନାୟକ ଭାବେ ସମସ୍ତ ଫର୍ମାଟରେ ଲଗାତାର ଅଧିକ ମ୍ୟାଚ୍ ଜିତିବାର ରେକର୍ଡ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ନାମରେ ରହିଛି । ପଣ୍ଟିଂ ୨୦୦୩ରେ ନିଜ ଦଳକୁ ଲଗାତାର ୨୦ଟି ମ୍ୟାଚ୍‌ ଜିତାଇଥିଲେ । ଯଦି ରୋହିତ ଶର୍ମା ଆଜି ଇଂଲଣ୍ଡକୁ ହରାଇ ଦିଅନ୍ତି ତେବେ ପଣ୍ଟିଂଙ୍କ ରେକର୍ଡର ବରାବର କରିପାରିବେ । ପ୍ରଥମ ଦୁଇଟି ଟି-୨୦ରେ ଭାରତ ଦମଦାର ପ୍ରଦର୍ଶନ କରିଛି । ସାଉଥମ୍ପଟନରେ ଇଂଲଣ୍ଡକୁ ୧୪୮ ରନରେ ଅଲଆଉଟ୍ କରି ମ୍ୟାଚ୍‌କୁ ୫୦ ରନରେ ଜିତିଥିଲା ଭାରତ । ପୁଣି ଏଜବାଷ୍ଟନରେ ରୋହିତ ବାହିନୀ ଘରୋଇ ଦଳକୁ ୪୯ ରନରେ ହରାଇଛି । ଦ୍ୱିତୀୟ ମୁକାବିଲାରେ ଇଂଲଣ୍ଡ ୧୨୧ ରନରେ ଅଲଆଉଟ୍‌ ହୋଇଥିଲା । ଭାରତ ଇଂଲଣ୍ଡକୁ ଟି-୨୦ରେ ଲଗାତାର ଦୁଇ ଥର ୧୫୦ରୁ ତଳକୁ ଅଲଆଉଟ୍ କରିବାରେ ପ୍ରଥମ ଦଳ ହୋଇପାରିଛି ।

Leave A Reply

Your email address will not be published.