ବଦଳିଲେ ଅଷ୍ଟ୍ରେଲିଆ ଟିମ୍‌ ଅଧିନାୟକ

0 96

ନୂଆଦିଲ୍ଲୀ : ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ ଭାରତ ଜିତିବା ପରେ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତ ହେଉଛନ୍ତି ଉଭୟ ଦଳ । ୧୭ ତାରିଖରୁ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି । ପ୍ୟାଟ୍‌ କମିନ୍ସଙ୍କ ମା’ଙ୍କ ଦେହାନ୍ତ ଯୋଗୁଁ ସେ ଦିନିକିଆ ସିରିଜରୁ ମଧ୍ୟ ବାଦ୍‌ ପଡିଛନ୍ତି । ଆଉ ପ୍ୟାଟ୍‌ଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ଟିମର ଦାୟିତ୍ୱ ନେବେ ଷ୍ଟିଭ ସ୍ମିଥ । ମା’ଙ୍କ ଦେହାନ୍ତ କାରଣରୁ ଟେଷ୍ଟ ସିରିଜ ଅଧାରୁ ସ୍ୱଦେଶ ଫେରିଯାଇଥିଲେ ପ୍ୟାଟ୍‌ କମିନ୍ସ ।

ସେ ଅହମଦାବାଦ ମ୍ୟାଚରେ ଖେଳିନଥିଲେ । ଆଉ ଭାରତ ଫେରିବେ ନାହିଁ ବୋଲି ପ୍ରଶିକ୍ଷକ ଆଣ୍ଡ୍ର୍ୟୁ ମ୍ୟାକଡୋନାଲ୍ଡ ସ୍ପଷ୍ଟ କରିଛନ୍ତି । ଷ୍ଟିଭ ସ୍ମିଥ ସିରିଜର ଦୁଇଟି ଶେଷ ମ୍ୟାଚରେ ଟିମ ଦାୟିତ୍ୱ ନେଇଥିଲେ । ଏବେ ଦିନିକିଆ ସିରିଜରେ ଦାୟିତ୍ୱ ନେବେ ସ୍ମିଥ । ଗତବର୍ଷ ଏରୋନ ଫିଞ୍ଚ ଖେଳରୁ ସନ୍ନ୍ୟାସ ନେବା ପରେ ପ୍ୟାଟ୍‌ କମିନ୍ସ ଦାୟିତ୍ୱ ନେଇଥିଲେ । ଡେଭିଡ୍‌ ୱାର୍ଣ୍ଣର ଦିନିକିଆ ଦଳକୁ ଫେରିବେ । ପୂର୍ବରୁ ଆହତ କାରଣରୁ ଝେ ରି·ର୍ଡସନଙ୍କ ବଦଳରେ ନାଥନ୍‌ ଏଲିସଙ୍କ ସାମିଲ କରାଯାଇଥିଲା । ଗମ୍ଭୀର ଆହତ ସମସ୍ୟା କାରଣରୁ ଦଳଠାରୁ ଦୂରେଇ ରହିଥିବା ଦୁଇ ବରିଷ୍ଠ ଅଲରାଉଣ୍ଡର୍‌ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଓ ମିଚେଲ୍‌ ମାର୍ସ ମଧ୍ୟ ଏହି ଶୃଙ୍ଖଳା ଅବସରରେ ଦଳକୁ ଫେରିଛନ୍ତି ।

Leave A Reply

Your email address will not be published.