ଏପ୍ରିଲ ୭ରେ ପରଦାକୁ ଆସିବ ଡେ଼ଲିଭରୀ ବୟ

0 84

ଖୋର୍ଦ୍ଧା : ନୂଆ ଓଡ଼ିଆ ଚଳଚିତ୍ର ଡେ଼ଲିଭରୀ ବୟ ଟ୍ରେଲର ରିଲିଜ ପରେ ବଢୁଛି ଉତ୍‌କଣ୍ଠା । ଆଉ ଏହି ଉତ୍‌କଣ୍ଠାର ପୂର୍ଣ୍ଣଛେଦ ଟାଣିବାକୁ ଯାଉଛି ପ୍ରୟୋଜନା ସଂସ୍ଥା । କାରଣ ଡେ଼ଲିଭରୀ ବୟ ଏପ୍ରିଲ ୭ରେ ପ୍ରେକ୍ଷାଳୟରେ କରିବ ମୁକ୍ତିଲାଭ । ଇନ୍‌ଫିସନ୍‌ ଏଣ୍ଟରଟେନମେଣ୍ଟ ନିବେଦିତ ଜ୍ୟୋତି ରଂଜନ ମହାନ୍ତି ପ୍ରୟୋଜିତ ଏହି ଚଳଚିତ୍ର ଜଣେ ଡେ଼ଲିଭରି ଜୀବନକୁ ନେଇ ନିର୍ମାଣ ହୋଇଛି ଚଳଚିତ୍ର ।

ସାଧାରଣତଃ ଲୋକେ ଅନ୍‌ଲାଇନରେ ଅନେକ ଜିନିଷ ଅଡର଼୍ର କରିଥାନ୍ତି ଉକ୍ତ ସାମଗ୍ରୀକୁ ସଠିକ୍‌ ସମୟରେ ସଠିକ୍‌ ଲୋକ ପାଖରେ ପହଞ୍ଚାଇବା ଡେ଼ଲିଭରି ବୟର କର୍ତବ୍ୟ । କିନ୍ତୁ କର୍ତବ୍ୟ ପାଇଁ ଡେ଼ଲିଭରି ବୟ ସାମ୍ନା କରୁଥିବା ଅନେକ ଅକୁହା କଥାକୁ ନେଇ କାହାଣୀର ପରିକଳ୍ପନା । ଜଣେ  ସାମାନ୍ୟ ଡେ଼ଲିଭରି ବୟର ଜୀବନ ସଂଘର୍ଷର ସମସ୍ୟାକୁ ନେଇ ପ୍ରସ୍ତୁତ ହୋଇଛି ଚଳଚିତ୍ର ।

ଏପ୍ରିଲରେ ମୁକ୍ତିଲାଭ କରିବା ନେଇ ସୂଚନା ଦେଇଛି ପ୍ରୟୋଜନ ସଂସ୍ଥା । ଚଳଚିତ୍ରର କାହାଣୀ ପରିକଳ୍ପନା ପରିଚିତ ପ୍ରୟୋଜକ ଜେ.ଆର.ଏମ୍‌ କରିଥିବା ବେଳେ ସଂଳାପ ଲେଖିଛନ୍ତି ଦୀପକ ଜେନା ଏବଂ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ଅଶ୍ୱନୀ ତ୍ରୀପାଠୀ । ଏହି ଚଳଚିତ୍ରରେ ଅନେକ ଲୋକପ୍ରୀୟ ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବାକୁ ପାଇବେ ଦର୍ଶକ ।

ଅଭିନେତା ବୁଦ୍ଧାଦିତ୍ୟ ଶୈଳେନ୍ଦ୍ର ଅଭିନେତ୍ରୀ ସୂର୍ଯ୍ୟମୟୀ, ପ୍ରୀୟମ୍ବଦା, ଶକ୍ତି ବରାଳ, ଜୀବନ ପଣ୍ଡା, ସୁଶାନ୍ତ, ଇଲୁ ବାନାର୍ଜୀ, ସରୋଜ ଦାସ, ଚୋ÷ଧୁରୀ ବିକାଶ ଦାସ, ସନ୍ତୁ, ଅମନ, ଗୁଡ଼ୁ ଓ ପୁପୁଲ ପ୍ରମୁଖ ଅଭିନୟ କରିଛନ୍ତି । ସେହିପରି ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଏଥିରେ ଗୀତ ଗାଇଛନ୍ତି । ନିର୍ମଳ ନାୟକ, ଗୀତ ରଚନା କରିଥିବା ବେଳେ ବୈଦ୍ୟନାଥ ଦାସ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ଉଦିଦ୍‌ ନାରାୟଣ, ହ୍ୟୁମାନ ସାଗର, ଅସିମା ପଣ୍ଡା ଓ ଋତୁରାଜ ମହାନ୍ତି କଣ୍ଠଦାନ କରିଛନ୍ତି । ସର୍ବଦା ରୋମାଂଟିକ୍‌ ଗୀତ ଗାଉଥିବା ଉଦିଦ୍‌ ନାରାୟଣ ଏହି ଗୀତ ମାଧ୍ୟମରେ ପ୍ରଥମ ଥର ପାଇଁ ଏକ ଡ଼୍ୟାନ୍ସ ନମ୍ବର ଗାଇଛନ୍ତି । ଭୁବନେଶ୍ୱର, କଟକ, ରାଉଲକେଲା, ବ୍ରହ୍ମପୁର ଓ ଅନୁଗୁଳ ସହରର ବିଭିନ୍ନ ମହଲରେ ଚଳଚିତ୍ରର କଳାକାର ମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଅଭିନବ ଶୈଳୀରେ ପ୍ରଚାର ପ୍ରସାର କରାଯିବା ନେଇ ସୂଚନା ଦେଇଛନ୍ତି ଚଳଚିତ୍ର କ୍ରିଏଟିଭ୍‌ ହେଡ଼ ପ୍ରଣୟ ଜେଠୀ ।

Leave A Reply

Your email address will not be published.