ଅକ୍ଷୟ କୁମାରଙ୍କ ଆଣ୍ଠୁରେ ଲାଗିଲା ଆଘାତ, ଅଧାରୁ ବନ୍ଦ ହେଲା ସୁଟିଂ!

0 84

ମୁମ୍ବାଇ: ବର୍ତ୍ତମାନ ବଲିଉଡରେ ଅନେକ ବଡ ବଡ ଫିଲ୍ମକୁ ନେଇ ଜବରଦସ୍ତ ଚର୍ଚ୍ଚା ହେଉଛି। କେତେକ ଫିଲ୍ମ ରିଲିଜ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଆଉ କିଛି ଫିଲ୍ମର ସୁଟିଙ୍ଗ ଚାଲୁଛି। ତେବେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ପାଖରେ ଫିଲ୍ମର ଲମ୍ବା ତାଲିକା ରହିଥିବାବେଳେ, ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବଡ଼େ ମିଆଁ ଛୋଟେ ମିଆଁ’ର ସୁଟିଂ ଚାଲିଛି। ଶୁଣିବାକୁ ମିଳିଥିଲା ଯେ ଏହି ଫିଲ୍ମର ବଜେଟ୍‌ ୩୦୦ କୋଟି ଟଙ୍କା ରହିଛି।

ତେବେ ଅଲ୍ଲୀ ଅବାସ୍‌ ଜାଫରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟ କୁମାର ଓ ଟାଇଗର୍‌ ଶ୍ରଫ୍‌ ଏକତ୍ର ନଜର ଆସିବେ। କିଛି ଦିନ ତଳେ ନିର୍ଦ୍ଦେଶକ ବନ୍ଧୁକ, ଟ୍ୟାଙ୍କ୍‌ ଓ ହ୍ବାଟ୍‌ନଟ୍‌ ଥିବା ସ୍କଟଲ୍ୟାଣ୍ଡରୁ ଏକ ଆକ୍ସନ ଭିଡିଓ ସେୟାର କରିଥିଲେ। ଅପରପକ୍ଷେ ଏହି ଫିଲ୍ମକୁ ନେଇ ପୁଣି ଏକ କବର ସାମ୍ନାକୁ ଆସିଛି। ଏହି ଫିଲ୍ମର ଲିଡ୍ ଅଭିନେତା ଅକ୍ଷୟ କୁମାର ଏହି ଚଳଚ୍ଚିତ୍ର ‘ବଡ଼େ ମିଆଁ ଛୋଟେ ମିଆଁ’ର ସେଟରେ ଆହତ ହୋଇଥିବାବେଳେ ବର୍ତ୍ତମାନ ସେ ସୁଟିଂରୁ ବିରତି ନେଇଛନ୍ତି। ତାଙ୍କ ଟିମ୍‌ ଉଭୟ ଅକ୍ଷୟ ଏବଂ ଟାଇଗର ଶ୍ରଫଙ୍କ ସହ ସ୍କଟଲ୍ୟାଣ୍ଡରେ ସୁଟିଂ କରୁଥିବା ବେଳେ ଏକ ଷ୍ଟଣ୍ଟ ସୁଟିଂ ସମୟରେ ଆକ୍ସନ୍ ଷ୍ଟାର ଅକ୍ଷୟଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା।

Leave A Reply

Your email address will not be published.