୮୧ ବର୍ଷରେ ପଦଥାପିଲେ ଅମିତାଭ

Amitabh was appointed at the age of 81

0 90

ମୁମ୍ବାଇ, ୧୧ା୧୦: ଅମିତାଭବଚ୍ଚନ ଏ ଶତାବ୍ଦୀର ମହାନାୟକ,ସେହେନଶା । ସେ ଯେଉଁଠି ଛିଡ଼ାହୁଅନ୍ତି ଲାଇନ୍ ସେଠୁ ଆରମ୍ଭ ହୁଏ ।କାହାଣୀ ତାଙ୍କଠୁ ଆରମ୍ଭ, ଶେଷ ବିତାଙ୍କ ପାଖରେ । କଥା ଏମିତି ଯାହାଡାଇଲଗ୍ ହୋଇଯାଏ । ଷ୍ଟାଇଲ୍ଏମିତି ଯାହା ଆଇକନିକ୍ ବନିଯାଏାଅମିତାଭ୍ ବଚ୍ଚନ…ଭାରତୀୟସିନେମାର ଏହି ମହାନାୟକ ଆଜି୮୧ ବର୍ଷ ବୟସରେ ପାଦଥାପିଛନ୍ତି । ଭାରତୀୟ ସିନେମାରଏକମାତ୍ର ଷ୍ଟାର୍ ଯିଏ ସବୁ ଭୂମିକାରେହିଟ୍ ଆଉ ଫିଟ୍ । ବୁଧବାର ୮୧ବର୍ଷରେ ପଦାର୍ପଣ କରିଥିବା ବିଗ୍ ବିଏବେ ବି ୟଙ୍ଗ ଓ ଡାଇନାମିକ୍ଅଛନ୍ତି । ଆଉ ତାଙ୍କ ଜନ୍ମଦିନ ପାଳନକରିବାକୁ ମୁମ୍ବାଇ ଜଲସା ଘରସମ୍ମୁଖରେ ରାତି ଅଧରେ ଭିଡ଼ଜମାଇଛନ୍ତି ଶତାଧିକ ଫ୍ୟାନ । କିଏହାତରେ କାର୍ଡ, କେକ୍ ଏବଂ ଫୁଲ୍ଧରି ଶୁଭେଚ୍ଛା ଜଣାଇବାକୁ ଆସିଛନ୍ତିାଫ୍ୟାନ୍ସଙ୍କ ଉତ୍ସୁକତା ଦେଖି ଖୋଦ୍ବଚ୍ଚନ ମଧ୍ୟରାତ୍ରିରେ ଘର ବାହାରକୁଆସି ନିଜ ପ୍ରଶଂସକଙ୍କୁ ଭେଟିଛନ୍ତି ।ଗତ ୩୧ ବର୍ଷ ହେଲାଣି ଅମିତାଭବଚ୍ଚନ ନିଜ ଜନ୍ମ ଦିନ ସମେତ ପ୍ରତିରବିବାର ଘର ବାହାରକୁ ଆସିଫ୍ୟାନ୍ସଙ୍କୁ ସାକ୍ଷାତ କରିଥାନ୍ତି । ବିଗ୍ବିଙ୍କ ଗୋଟିଏ ଝଲକ ପାଇବାକୁଦୂରଦୂରାନ୍ତରୁ ଆସିଥିବା ଫ୍ୟାନ୍ସ ବିଘଣ୍ଟା ଘଣ୍ଟା ଅପେକ୍ଷା କରିଥାନ୍ତି ।ବୁଧବାର ତାଙ୍କ ଜନ୍ମ ଦିନଅବସରରେ ଦେଶର ବିଭିନ୍ସ୍ଥାନରେ ସେଲିବ୍ରେସନ୍ କରୁଛନ୍ତିସିନେ ପ୍ରେମୀ । ୮୧ ବର୍ଷୀୟଅମିତାଭ ବଚ୍ଚନ ଆଜି ବିଡାଇରେକ୍ଟର, ପ୍ରଡ୍ୟୁସରଙ୍କ ପ୍ରଥମପସନ୍ଦ । ଦୀର୍ଘ ୫ ଦଶନ୍ଧି ଧରିବଲିଉଡରେ ସେ ନିଜ ଯାଦୁ ଚଲାଇଆସିଛନ୍ତି । ଫିଲ୍ମ ହେଉ କି ବିଜ୍ଞାପନସେଥିରେ ବିଗ୍ଙ୍କ ଏଣ୍ଟ୍ରି ପାଇଁ ତାଙ୍କଘର ସମ୍ମୁଖରେ ଲାଗୁଛି ଭିଡ଼ ।୧୯୬୯ରେ ସାତ ହିନ୍ଦୁସ୍ତାନୀରୁଡେବ୍ୟୁ କରିଥିବା ଅମିତାଭ୍ସେତେବେଳେ ବି ଯେମିତି ଥିଲେଆଜି ବି ସେମିତି “ଦମଦାରଡାଇଲଗ୍, ହାଇଭୋଲଟେଜ୍ ଫାଇଟ୍,ଆଉ ତାଙ୍କ ବେଫିକର୍ ଅନ୍ଦାଜ୍ ଅନ୍ୟଅଭିନେତାଙ୍କଠୁ ତାଙ୍କୁ ଭିନ୍ନ କରିଛି ।୧୯୪୨ ମସିହା ଆଲ୍ଲାହାବାଦରେପ୍ରସିଦ୍ଧ ଲେଖକ ହରିବଂଶ ରାୟବଚ୍ଚନଙ୍କ ଘରେ ଜନ୍ମ ହୋଇଥିଲେଅମିତାଭ । ଦିନେ ନିଜ ଭଏସ୍ ପାଇଁରେଡିଓରୁ ରିଜେକ୍ଟ ହୋଇଥିଲେ, ଲମ୍ବାଉଚ୍ଚତା ଯୋଗୁଁ ଅଭିନୟରୁ ବାଦ୍ପଡ଼ିଥିଲେ ହେଲେ କିଏ ଜାଣିଥିଲାସେହି ବ୍ୟକ୍ତି ଦିନେ ପୁରା ଭାରତୀୟଫିଲ୍ମ ଜଗତ ଉପରେ ରାଜ୍ କରିବ ।ଅନ୍ ସ୍କ୍ରିନ୍ର ବିଜୟ ନିଜ କ୍ୟାରିୟରେଏହାକୁ ପ୍ରମାଣିତ କରିଛନ୍ତି ।କାଲାପଥରର ବିଜୟ ହେଉ ଅବାଶୋଲେର ବୀରୁ, ନଟୱର୍ ଲାଲ୍ହେଉ ଅବା ସରକାର୍, ଆକ୍ସନ,କମେଡି, ଟ୍ରାଜେଡି, ଡ୍ୟାନ୍ସ ସିନେମାରସବୁ ସେଡ୍, ସବୁ ଚରିତ୍ରରେ ସେପରଫେକ୍ଟ । ତାଙ୍କ ଜୋସ୍, ଜଲୱାକୁଦେଖିଲେ ଲାଗେ ବୟସ ଯେପରିତାଙ୍କ ଆଗରେ ଏକ ନମ୍ବର ମାତ୍ର ।ସେ ଏକ ମାତ୍ର ଅଭିନେତା ଯିଏ୬୦ ଦଶକରୁ ଆଜି ଯାଏଁ ସିନେମାରପୋଷ୍ଟର୍ ବୟ୍, ଟିଭି ଶୋ’ର ମୁଖ୍ୟଆକର୍ଷଣ, ଓଟିଟିର ପରିଚୟପାଲଟିଛନ୍ତି । ବଚ୍ଚନ ନିଜଜୀବନରେ ଦେଖିଛନ୍ତି ଅନେକଜୁଆର ଭଟ୍ଟା । ଆଉ ପ୍ରତଟିପରିସ୍ଥିତିର ମୁକାବିଲା କରି ସଂଘର୍ଷତାଙ୍କୁ ନୂଆ ପରିଚୟ ଦେଇଛି, ଆଉଅଧିକ ସଫଳ କରାଇଛି ।

Leave A Reply

Your email address will not be published.