ବିଶ୍ୱକପରେ ନୁ୍ୟଜିଲ୍ୟାଣ୍ଡର ହ୍ୟାଟ୍ରିକ ବିଜୟ

0 81

ପ୍ରଥମେ ଡିଫେଣ୍ଡିଂ ·ମ୍ପିୟନଇଂଲଣ୍ଡ । ଏହାପରେ ନେଦରଲ୍ୟାଣ୍ଡ୍ସ ଓ ଶୁକ୍ରବାରବାଂଲାଦେଶକୁ ଏକତରଫା ଭାବେ ହରାଇଛି ନ୍ୟୁଜିଲ୍ୟାଣ୍ଡ ।୨୦୧ରେ ରନର୍ସ ଅପ୍ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ଏଥରବିଶ୍ୱକପକୁ ଅଲଗା ମୁଡରେ ଆସିଛି । ଭାରତରେ ବିଶ୍ୱକପଉଠାଇବା ଲକ୍ଷ୍ୟ ଆସିଥିବା କ୍ୱିୱି ଟିମ ସେ ଦିଗରେ ଆଗେଇ·ଲିଛି । ଚଳିତ ବିଶ୍ୱକପରେ କ୍ରମାଗତ ତୃତୀୟ ବିଜୟହାସଲ କରି ନ୍ୟୁଜିଲ୍ୟାଣ୍ଡ ଅନ୍ୟ ଦଳଗୁଡ଼ିକୁ ନିଜ ଦକ୍ଷତାରପରିଚୟ ଦେଇଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳନିୟମିତ ଭଲ ପ୍ରଦର୍ଶନ କରି ·ଲିଛି । ଆହତ ସମସ୍ୟାରୁମୁକୁଳିବା ପରେ ପ୍ରଥମଥର ଖେଳୁଥିବା ନ୍ୟୁଜିଲ୍ୟାଣ୍ଡରଅଧିନାୟକ କେନ ୱିଲିୟମସନ ବି ଅର୍ଦ୍ଧଶତକ ହାସଲକରିଛନ୍ତି । ଚେନ୍ନାଇର ଚେପକରେ ଖେଳା ଯାଉଥିବାଆଜିର ମ୍ୟାଚରେ ବାଂଲାଦେଶ ଟସ୍ ହାରି ପ୍ରଥମେ ବ୍ୟାଟିଂ
କରିଥିଲା । ନିର୍ଦ୍ଧାରିତ ୫୦ ଓଭରରେ ଦଳ ୯ ୱିକେଟହରାଇ ୨୪୫ ରନ କରିଥିଲା । ଏହାର ଜବାବରେନ୍ୟୁଜିଲ୍ୟାଣ୍ଡ ୪୩ ବଲ ପୂର୍ବରୁ ମାତ୍ର ଦୁଇ ୱିକେଟ ହରାଇଧାର୍ଯ୍ୟ ଟାର୍ଗେଟକୁ ହାସଲ କରିନେଇଛି । ନ୍ୟୁଜିଲ୍ୟାଣ୍ଡ ପାଇଁବୋଲିଂରେ ଲକି ଫର୍ଗୁସନ(୩ ୱିକେଟ) କମାଲ କରିଥିବାବେଳେ ବ୍ୟାଟିଂରେ ୱିଲିୟମସନଙ୍କ ସହ ଡାର୍ଲି ମିଚେଲଦମ ଦେଖାଇଛନ୍ତି । ୱିଲିୟମସନ ଅପରାଜିତ ୭୮ରନ(ରିର୍ଟାର୍ଡ ହଟ) ଓ ମିଚେଲ ଅପରାଜିତ ୮୯ ରନରଇନିଂସ ଖେଳିଛନ୍ତି । କିନ୍ତୁ ବୋଲିଂର ଦମଦାର ପ୍ରଦର୍ଶନକରିଥିବା ଫର୍ଗୁସନଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାରମିଳିଛି । ଆଜିର ହ୍ୟାଟ୍ରିକ ବିଜୟ ସହ ନ୍ୟୁଜିଲ୍ୟାଣ୍ଡ ପଏଣ୍ଟଟେବୁଲର ଶୀର୍ଷକୁ ·ଲି ଯାଇଛି । ଦକ୍ଷିଣ ଆଫ୍ରିକା ଦ୍ୱିତୀୟ,ଭାରତ ତୃତୀୟ ଓ ପାକିସ୍ତାନ ୪ର୍ଥରେ ରହିଛି । ସେହିପରିନ୍ୟୁଜିଲ୍ୟାଣ୍ଡ ବିଶ୍ୱକପରେ ବାଂଲାଦେଶ ବିପକ୍ଷରେଅପରାଜେୟ ଧାରାକୁ ବଜାୟୀ ରଖିଛି । ଆଜିକୁ ମିଶାଇଦୁଇ ଦଳ ୬ଥର ପରସ୍ପରକୁ ଭେଟିଥିବା ବେଳେ ସବୁଥରନ୍ୟୁଜିଲ୍ୟାଣ୍ଡ ହିଁ ବାଜି ମାରିଛି । ୨୪୬ ରନର ଟାର୍ଗେଟକୁପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ୧୨ ରନରେ ରଚିନରବୀନ୍ଦ୍ର(୯)ଙ୍କୁ ହରାଇଥିଲା । ତାଙ୍କ ୱିକେଟ ମୁସ୍ତାଫିଜୁରରହମାନ ନେଇଥିଲେ । ତେବେ ଦ୍ୱିତୀୟ ୱିକେଟ ପାଇଁଡେଭୋନ କନୱେ ଓ ଅଧିନାୟକ ୱିଲୟମସନ ୮୦ରନ ଯୋଡ଼ିଥିଲେ । କନୱେ ନିଜର ଅର୍ଦ୍ଧଶତକ ଆଡ଼କୁଯାଉଥିବା ବେଳେ ତାଙ୍କୁ ସାକିବ ଅଲ ହାସନ ଆଉଟକରି ଦେଇଥିଲେ । କନୱେ ୪୫ ରନ କରି ପ୍ୟାଭିଲିୟନଫେରିଥିଲେ । ସେ ଆଉଟ ହେବା ପରେ କ୍ରିଜକୁଆସିଥିଲେ ଡାର୍ଲି ମିଚେଲ । ସେ ଆରମ୍ଭରୁ ବଡ଼ବଡ଼ ଶଟଖେଳିବାରେ ଲାଗିଥିଲେୟ ୱିଲିୟମସନ ମଧ୍ୟ ଶଟ
ମାରିବାରେ କୌଣସି ଅବହେଲା କରି ନଥିଲେ ।

Leave A Reply

Your email address will not be published.