ହବିଷ୍ୟାଳୀଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିଦେ୍ର୍ଦଶ

0 77

ପୁରୀ,(ଡିକେ ନୁ୍ୟଜ): ଚଳିତ ମାସ୨୯ ତାରିଖରୁ ଆରମ୍ଭ ହେବମହାକାର୍ତ୍ତିକ ବ୍ରତ । ପୁରୀରେ କାର୍ତ୍ତିକମାସର (ରାଈଦାମୋଦର ବ୍ରତ)ହବିଷ୍ୟାଳୀ ବ୍ରତ କରିବା ଲାଗି ୫ଗୋଟି ହବିଷ୍ୟାଳୀ ନିବାସରେ ରହିବ୍ରତ ପାଳନ କରିବେ ହବିଷ୍ୟାଳି ମା’ମାନେ । ମା’ ମାନଙ୍କର ରହଣି ସହଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ଶୃଙ୍ଖଳିତଭାବେ ପରି·ଳନା କରିବାକୁଜିଲ୍ଲାପାଳ ସମର୍ଥ ବର୍ମା ଆଜି ନିଦେ୍ର୍ଦଶଦେଇଛନ୍ତି । ସର୍କିଟ ହାଉସ ଠାରେହବିଷ୍ୟାଳୀ ବ୍ରତ ସମ୍ପର୍କରେ ଏକପ୍ରସ୍ତୁତି ବୈଠକ ଅଧ୍ୟକ୍ଷତା କରିଜିଲ୍ଲାପାଳ ଶ୍ରୀ ବର୍ମା ଉପରୋକ୍ତନିଦେ୍ର୍ଦଶ ଦେଇଛନ୍ତି । ହବିଷ୍ୟାଳିଙ୍କରହଣି ବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ପରିମଳବ୍ୟବସ୍ଥା, ମନ୍ଦିର ଦର୍ଶନ,ମହାପ୍ରସାଦ ସେବନ, ସନ୍ଧ୍ୟାରେଭଜନ ପ୍ରବଚନ ଇତ୍ୟାଦିରସୁବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଶ୍ରୀବର୍ମା ବୈଠକରେ ପରାମର୍ଶଦେଇଥିଲେ । ଗତବର୍ଷର ଅଭିଜ୍ଞତାଆଧାରରେ ଚଳିତବର୍ଷ ଆହୁରି ଭଲଭାବେ ଏହାକୁ ପରି·ଳନାକରିବାକୁ ସେ ପରାମର୍ଶଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପ୍ରଦୀପ କୁମାର ସାହୁପ୍ରତ୍ୟେକ ବିଭାଗ ନିଷ୍ଠାର ସହକାର୍ଯ୍ୟ କରିବାକୁ ଅନୁରୋଧକରିଥିଲେ । ଚଳିତବର୍ଷ ପ୍ରାୟ ୩ହଜାର ହବିଷ୍ୟାଳୀ ମା’ ମାନଙ୍କୁବୃନ୍ଦାବତୀ ନିବାସ, ଅକ୍ଷୟ ପାତ୍ରଫାଉଣ୍ଡେସନ, ବଗଲା ଧର୍ମଶାଳା,ବାଗେଡିଆ ଧର୍ମଶାଳା ଓମୋଚିସାହି କଲ୍ୟାଣ ମଣ୍ଡପରେରଖାଯିବାର ବ୍ୟବସ୍ଥା କରାଯାଇଛି ।ସମସ୍ତ ରହଣି ସ୍ଥଳକୁ ପ୍ରସ୍ତୁତକରାଯାଉଛି । ସ୍ୱାସ୍ଥ୍ୟ ସେବା ପାଇଁସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଗ୍ରହଣକରିବା, ଅନ୍ତେବାସୀ ମା’ ମାନଙ୍କୁପରିଚୟ ପତ୍ର ପ୍ରଦାନ, ସହାୟକସ୍ୱେଛାସେବୀ ବ୍ୟବସ୍ଥା, ସୁରକ୍ଷାବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା,ସ୍ନାନ ସମୟରେ ସୁରକ୍ଷା ବ୍ୟବସ୍ଥା,ପରିବହନ ବ୍ୟବସ୍ଥା, ପାନୀୟ ଜଳ,ବିଦ୍ୟୁତ ଯୋଗାଣ ଓ ମହାପ୍ରସାଦଆଦି ବ୍ୟବସ୍ଥା ସମ୍ପର୍କରେଆଲୋଚନା କରାଯିବା ସହବିଭାଗୀୟ ଅଧିକାରୀମାନେସେସବୁର ସୁବ୍ୟବସ୍ଥା କରିବାକୁନିଦେ୍ର୍ଦଶ ଦିଆଯାଇଥିଲା ।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ରକୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) କୈଳାସ ଚନ୍ଦ୍ର ନାୟକ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନଅଧିକାରୀ ତଥା ନିର୍ବାହୀ ଅଧିକାରୀଜ୍ୟୋତି ଶଙ୍କର ମହାପାତ୍ର,ଅତିରିକ୍ତ ଏସପି ଦେବବ୍ରତ ଚକ୍ର,ଉପଜିଲ୍ଲାପାଳ ଭବତାରଣ ସାହୁ,ସିଡିଏମଓ ଡାକ୍ତର ସୁଜାତା ମିଶ୍ର,ପୌରନିର୍ବାହୀ ଅଧିକାରୀ , ମନ୍ଦିରପରି·ଳନା କମିଟିର ସଦସ୍ୟବୃନ୍ଦ, ଏନଆଇସିର ଡିଆଇଓବିଶ୍ୱନାଥ ପଣ୍ଡା, ଜିଲ୍ଲା କ୍ରୀଡାଅଧିକାରୀ ଚନ୍ଦନ ସାହୁ, ସଂସ୍କୃତିଅଧିକାରୀ ହେମନ୍ତ ବେହେରାଙ୍କସମେତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀଓ ଲାଇନ ଡିପାର୍ଟମେଣ୍ଟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.