ଭିନ୍ନକ୍ଷମ ପରିବାରକୁ ସହାୟତାର ହାତ ବଢ଼ାଇଲା ବ୍ୟାସ ଫାଉଣ୍ଡେସନ

0 96

ପାରାଦୀପ, (ଡି କେ ନ୍ୟୁଜ୍) :ଯେତେବେଳେ ମଣିଷ ବଞ୍ଚି ରହିବାପାଇଁ ଖାଇବାକୁ ଗଣ୍ଡାଏ ଦାନାମିଳେନାହିଁ । ଦୀର୍ଘ ୪ ବର୍ଷ ଧରିପକ୍ଷାଘାତ ରୋଗରେ ପୀଡିତ ୮୦ବର୍ଷର ବୃଦ୍ଧ ବାପାର ଚିକିତ୍ସା ତ ଦୂରରକଥା, ଔଷଧ ଟିକେ କିଣିବା ପାଇଁଇସା ନାହିଁ । ୬ବର୍ଷର ପୁଅକୁ ପାଠପଢାଇବା ପାଇଁ ସାମର୍ଥ୍ୟ ନାହିଁ, କିମୁଣ୍ଡଗୁଞ୍ଜି ରହିବା ପାଇଁ ପକ୍କାଘର ଟିଏବି ନାହିଁ, ସେତିକି ବେଳେ ଦୃଷ୍ଟିଶକ୍ତିହରାଇଥିବା ଅନ୍ଧ ପୁଅ ରବିନ୍ଦ୍ର ମହାନ୍ତି,ବେସାହାରା ହୋଇ ନିଜର ୭୨ବର୍ଷର ବୃଦ୍ଧା ମା’ ବାସନ୍ତୀକୁ ନେଇରାହାମା ବଜାରରେ ଭିକ ମାଗିବାଏକ ଦୁଃଖଦ ଘଟଣା ଦେଖିବାକୁମିଳିଛି । ଏହି ହୃଦୟ ବିଦାରକଘଟଣା ବ୍ୟାସ ଫାଉଣ୍ଡେସନରଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟଙ୍କଦୃଷ୍ଟିକୁ ଆସିଥିଲା । ଦରଦୀହୃଦୟାସ୍ନେହମୟୀ ଏହି ବିପନ୍ନ ଭିନ୍ନକ୍ଷମରବିନ୍ଦ୍ର ଠାରୁ ତାଙ୍କର ସବୁ ଦୁଃଖକଥାବୁଝିବା ପରେ ହୋଟେଲକୁ ନେଇଆଦରରେ ସେହି ମାଆ ପୁଅ ଦୁହିଁଙ୍କୁଖାଇବାକୁ ଦେଇଥିଲେ । ପରଦିନଅର୍ଥାତ ଗତ ମଙ୍ଗଳବାର ଦିନଫାଉଣ୍ଡେସନର ଉପଦେଷ୍ଟାଇଞ୍ଜିନିୟର ଗଗନ ବିହାରୀ ପୃଷ୍ଟି,ଉପସଭାନେତ୍ରୀ ରଶ୍ମିତା ନାୟକ,ସାମ୍ୱାଦିକ ରମାକାନ୍ତ ରାଉଳ ଓନିଜର ସହଯୋଗୀ ମାନଙ୍କୁ ନେଇଅନ୍ଧ ରବୀନ୍ଦ୍ରର ଘର ପାଖରେପହଂଚିଥିଲେ । ବିପନ୍ନ ରବିନ୍ଦ୍ର ଓତାର ପରିବାରର ଦୂରାବସ୍ଥା ଦେଖିସମସ୍ତେ ଭାବବିହ୍ୱଳ ହୋଇପଡ଼ିଥିଲେଏବଂ ମାସକ ପାଇଁ ରବୀନ୍ଦ୍ରପରିବାରକୁ ରାସନ ସାମଗ୍ରୀ ସହିତକିଛି ଅର୍ଥରାଶି ସହାୟତା କରିଥିଲେ ।ଏହି ଦୁଃଖଦାୟକ ଘଟଣାଟି ଘଟିଛିଜଗତସିଂହପୁର ଜିଲ୍ଲା ଏରସମା ବ୍ଲକଅନ୍ତର୍ଗତ ଜାନକା ଦେଇପୁରପଞ୍ଚାୟତର ବଳଭଦ୍ରପୁର ଗ୍ରାମରେ ।ଗରିବ ଅସହାୟ ଓ ଭିନ୍ନକ୍ଷମଲୋକମାନଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ରସରକାରଙ୍କର ମାଳ ମାଳ ଯୋଜନାଥାଉ ଥାଉ ଆଜି ପର୍ଯ୍ୟନ୍ତ ଏହି ବିପନ୍ନଭିନ୍ନକ୍ଷମ ପାଇଁ ମିଳିପାରିନାହିଁସରକାରୀ ଆବାସଯୋଜନାରେବାସଗୃହ ଟିଏ, ନା ମିଳିପାରିଛିରବିନ୍ଦ୍ରର ବାପା ପକ୍ଷାଘାତ ରୋଗୀବୈଷ୍ଣବ ମହାନ୍ତିଙ୍କ ଆଶୁଚିକିତ୍ସା ପାଇଁକିଛି ଆର୍ଥିକ ସହାୟତା, ନା ମିଳିପାରିଛି ରେସନ କାର୍ଡ । ଏସବୁପାଇବା ପାଇଁ ପଞ୍ଚାୟତରୁ ବ୍ଲକପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଥକି ପଡ଼ିଲାଣିଅନ୍ଧ ରବିନ୍ଦ୍ର ମହାନ୍ତି । ତାର ଜୀବନରଭବିଷ୍ୟତ ଅନ୍ଧକାରମୟ ହୋଇପଡ଼ିଛି । ତେବେ ଏରସମା ବ୍ଲକପ୍ରଶାସନ, ଜଗତସିଂହପୁର ଜିଲ୍ଲାପ୍ରଶାସନ, ରାଜ୍ୟ ସରକାର ଏହିବିପନ୍ନ ଭିନ୍ନକ୍ଷମ ପରିବାର ପାଇଁସାହାଯ୍ୟ ସହଯୋଗ କରିବାକୁ ଗ୍ରାମବାସୀଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେଦୃଢ଼ ଦାବୀ କରିଛନ୍ତି ।

Leave A Reply

Your email address will not be published.