ବିକଶିତ ଗାଁ ହେବ ଆଧୁନିକ ଓଡ଼ିଶାର ପରିଚୟ ,ଉନ୍ନତିର ଶୀର୍ଷ ଛୁଇଁବ ରାୟଗଡ଼ ଓ ଝାରସୁଗୁଡ଼ା

0 89

ଭୁବନେଶ୍ୱର,୩୦ା୧୦(ଡିକେ ନୁ୍ୟଜ):ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀମହତ୍ୱକାଂକ୍ଷୀ ଯୋଜନା “ଆମ ଓଡିଶା
ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶାସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢକରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ ।
ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତିପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ୱରରୁଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକ କାର୍ଯ୍ୟକ୍ରମର ଷଷ୍ଠ ଦିନରେରାୟଗଡ ଓ ଝାରସୁଗୁଡା ଜିଲ୍ଲାରେ ଏହିଯୋଜନାର ଶୁଭାରମ୍ଭ କରିଛନ୍ତି । ଏଥିପାଇଁ
ରାୟଗଡ ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀକୁମିଳିଛି ୯୧ କୋଟି ଟଙ୍କା । ଏହିନିର୍ବାଚନମଣ୍ଡଳୀ ଗୁଡିକ ହେଲା- ରାୟଗଡ,
ଗୁଣୁପୁର ଓ ବିଷମକଟକ । ଏହିସବୁନିର୍ବାଚନମଣ୍ଡଳୀର ୧୧ଟି ବ୍ଲକରୁ ୧୮୨ଟିଗ୍ରାମ ପଞ୍ଚାୟତରେ ୨୬୧୩ଟି ପ୍ରକଳ୍ପ
ହେବ । ସେହିପରି ଝାରସୁଗୁଡା ଜିଲ୍ଲାର ୨ଟିନିର୍ବାଚନମଣ୍ଡଳୀ ପାଇଁ ୩୯ କୋଟି ଟଙ୍କାମଞ୍ଜୁର ହୋଇଛି । ଏହି ନିର୍ବାଚନମଣ୍ଡଳୀ
ଗୁଡିକ ହେଲା- ଝାରସୁଗୁଡା ଓବ୍ରଜରାଜନଗର । ଏଥିରେ ୫ଟି ବ୍ଲକର୭୮ଟି ଗ୍ରାମପଞ୍ଚାୟତରେ ୯୫୭ ଟି ପ୍ରକଳ୍ପ
କରାଯିବ । ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତିପୂଜାସ୍ଥଳୀର ବିକାଶ ଜରିଆରେ ଓଡିଶାର
ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବାସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶକରାଯିବ । ଏକ ଆକାଂକ୍ଷୀ ଓଡିଶା ଗଠନ
ପାଇଁ ଏହା ହେବ ମୂଳ ଭିତ୍ତି । ଏହିଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀକହିଥିଲେ ଯେ ସଂସ୍କୃତିର ପ୍ରସାର ଓ
ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମରଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ ।ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ
ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତଦିଗ୍ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶାତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ
ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବାନୂଆ ଓଡିଶା ନବୀନ ଓଡିଶା । ସବୁ ଗାଁରବିକାଶ ଆମର ଲକ୍ଷ୍ୟ । ଗାଁରେ ସମସ୍ତଙ୍କୁ
ମିଳିବ ବିକାଶର ଗ୍ୟାରେଣ୍ଟି । ଗାଁ ଲୋକସମସ୍ତେ ଶିକ୍ଷା ଓ ସ୍ୱାସ୍ଥ୍ୟର ଗ୍ୟାରେଣ୍ଟିପାଇବେ । ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ
ଓ ଆଧୁନିକତାର ବିକାଶ ହେବ । ବିକଶିତଗାଁ ହେବ ଆଧୁନିକ ଓଡିଶାର ପରିଚୟ ।ଓଡିଶା ହେଉଛି

Leave A Reply

Your email address will not be published.