ମୌସୁମର ମଜା ଉଠାଇଲେ ରାଧିକା

0 78

ବଲିଉଡ୍ ଅଭିନେତ୍ରୀ ରାଧିକା ମଦାନା ଲକ୍ଡାଉନ୍ ସମୟରେ ମୌସୁମର ମଜା ନେଉଛନ୍ତି । ବର୍ତ୍ତମାନ ଦିଲ୍ଲୀ ଓ ମହାରାଷ୍ଟ୍ରରେ ବେଶ୍ ଭଲ ମୌସୁମ ରହିଛି ଓ ବେଳେ ବେଳେ ହାଲ୍କା ବର୍ଷା ବି ହେଉଛି । ନିକଟରେ ସେ ଏହାର କିଛି ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରିଥିଲେ । ସେଥିରେ ସେ ତାଙ୍କ ସହରର ମୌସୁମ କିପରି ରହିଛି ଓ ସେଥିରେ ସେ କିଭଳି ମଜା ଉଠାଉଛନ୍ତି ତାହା ଦର୍ଶାଇଥିଲେ । ଫଟୋରେ ରାଧିକା ଖୋଲା ପବନର ମଜା ନେଉଥିବା ଦେଖାଯାଇଥିବା ବେଳେ ଭିଡିଓରେ ବର୍ଷାକୁ ଉପଭୋଗ କରୁଥିବା ଦେଖାଯାଇଥିଲା । ସୂଚନାଥାଉକି ରାଧିକାଙ୍କ ଫିଲ୍ମ ‘ଅଙ୍ଗ୍ରେଜି ମିଡିୟମ୍’ ବକ୍ସ ଅଫିସ୍ରେ ସେତେଟା କମାଲ କରିପାରିନଥିଲା । କିନ୍ତୁ ସେଥିରେ ତାଙ୍କର ପ୍ରଦର୍ଶନକୁ ସବୁଠି ପ୍ରଶଂସା ମିଳିଥିଲା । ଏହି ଫିଲ୍ମରେ ତାଙ୍କ ସହ କରୀନା କପୁର ଖାନ୍ ଓ ଇର୍ଫାନ୍ ଖାନ୍ ବି ଅଭିନୟ କରିଥିଲେ ।

Leave A Reply

Your email address will not be published.