ଶିବାଙ୍ଗୀଙ୍କ ସ୍ୱପ୍ନକୁ ଧୂଳିସାତ୍ କରିଦେଲା କରୋନା

0 97

କରୋନା ଭାଇରସ୍‌କୁ ନେଇ ସବୁଠି ଲକ୍‌ଡାଉନ୍ ପରିସ୍ଥିତିକୁ ଦେଖି ବହୁ ବଡ଼ ବଡ଼ କାର୍ଯ୍ୟକ୍ରମକୁ ବାତିଲ୍ କରିଦିଆଯାଇଛି । ସେ ହଲିଉଡ୍ ହେଉ ଅବା ବଲିଉଡ୍ ସବୁଠି କରୋନାର ପ୍ରଭାବ ପରିଲକ୍ଷିତ ହେଉଛି ଓ ଅନୁଭୂତ କରିହେଉଛି । ଏହି କ୍ରମରେ ଫିଲ୍ମ ଦୁନିଆର ପ୍ରସିଦ୍ଧ ମେଳା କୁହାଯାଉଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌କୁ ବି ସ୍ଥଗିତ ରଖାଯାଇଛି । ଚଳିତବର୍ଷ ଦର୍ଶକମାନେ ଏହା ଦେଖିବାରୁ ବଞ୍ôଚତ ହେବେ । ସେହିପରି ପ୍ରଥମଥର ପାଇଁ ଟେଲିଭିଜନ ଜଗତରୁ ଯାଇ ବଲିଉଡ୍‌ରେ ଜଗତରେ ପାଦ ଦେଇଥିବା ଶିବାଙ୍ଗୀ ଯୋଶୀଙ୍କ ପ୍ରଥମ ଚଳଚ୍ଚିତ୍ର ବି ରିଲିଜ୍ ହୋଇପାରିବ ନାହିଁ । ଟିଭି ଦୁନିଆର ସବୁଠୁ ଚର୍ଚ୍ଚିତ ଧାରାବାହିକ ଭାବେ ଜଣାଶୁଣା ‘ୟେ ରିସ୍ତା କ୍ୟା କହଲାତା ହୈ’ରେ ନାୟରା ଭୂମିକାରେ ଅଭିନୟ କରୁଥିବା ଶିବାଙ୍ଗୀ ଯୋଶୀ ଘରେ ଘରେ ବେଶ୍ ପରିଚିତା । ଦୀର୍ଘଦିନ ହେବ ତାଙ୍କର ଡେବ୍ୟୁ ଫିଲ୍ମକୁ ନେଇ ଶିବାଙ୍ଗୀ ଚର୍ଚ୍ଚାରେ ଥିଲେ । ତାଙ୍କର ନୂଆ ଚଳଚ୍ଚିତ୍ର ‘ଆୱାର ଅନ୍ ସ୍କାଏ’ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ରିଲିଜ୍ କରିବା ପାଇଁ ପ୍ରସ୍ତୁତି ବି ହୋଇଥିଲା । ଗୋଟିଏପଟେ ପ୍ରଶଂସକମାନେ ତାଙ୍କର ନୂଆ ଚଳଚ୍ଚିତ୍ରକୁ ନେଇ ଉତ୍ସାହିତ ଥିବାବେଳେ ଅନ୍ୟପଟେ ଶିବାଙ୍ଗୀ ମଧ୍ୟ ରେଡ କାର୍ପେଟ୍‌ରେ ଚାଲିବାକୁ ନେଇ ଉତ୍ସାହିତ ଥିଲେ । କିନ୍ତୁ କରୋନା ଭାଇରସ୍ ଯୋଗୁଁ ଏହା ସମ୍ଭବ ହୋଇପାରିବନି । କିନ୍ତୁ ବିଶେଷ ସୂତ୍ରରୁ ଜଣାଯାଇଛି କି ତାଙ୍କର ଏହି ଚଳଚ୍ଚିତ୍ରଟି ଏବେ ଡିଜିଟାଲ ପ୍ଲାଟ୍‌ଫର୍ମରେ ରିଲିଜ୍ ହେବ । ଫିଲ୍ମ ନିର୍ମାତା ମହମ୍ମଦ ନାଗାମାନ ଲତିଫ୍ ଏହାକୁ ନେଇ ଦୁଃଖୀ ଥିବା ଜଣାଯାଇଛି ।

Leave A Reply

Your email address will not be published.