‘ତାରା ଆସିବା ପରେ ଆମ ଜୀବନଧାରା ସଂପୂର୍ଣ୍ଣ ବଦଳିଯାଇଛି’

0 84

‘ଲାଗି ତୁଝ୍‌ସେ ଲଗନ’ ଫେମ୍ ମାହି ବିଜ୍ ଓ ତାଙ୍କ ସ୍ୱାମୀ ଜୟ ଭାନୁଶାଳୀ ଆଜିକାଲି ଘରେ ଅଧିକ ସମୟ ବିତାଉଛନ୍ତି । ଗତବର୍ଷ ତାଙ୍କ ଘରକୁ ଜଣେ ନୂଆ ଅତିଥି ଆସିବା ପରେ ଏ ଦୁହିଁଙ୍କ ଜୀବନଧାରା ସଂପୂର୍ଣ୍ଣ ବଦଳିଯାଇଛି । ସେମାନଙ୍କ ଏହି ଅତିଥିଜଣକ ହେଉଛନ୍ତି ତାଙ୍କ ଝିଅ ତାରା । ଏ ଦୁହିଁଙ୍କ ମଧ୍ୟରେ ଭଲପାଇବା ଓ ପରସ୍ପର ପ୍ରତି ସମର୍ପିତ ଭାବ ପ୍ରାୟତଃ ଦେଖିବାକୁ ମିଳିଥାଏ । ତାରାଙ୍କ ଜନ୍ମକୁ ମନେପକାଇ ଭାନୁଶାଳୀ କହନ୍ତି କି ଏହା ମୋ ପାଇଁ ସବୁଠୁ ଅଧିକ ଅଭୁଲା ରହିବ । କାରଣ ତାରା ଯେତେବେଳ ଜନ୍ମ ହୋଇଥିଲେ ତାଙ୍କୁ ପ୍ରଥମେ ମୁଁ ହିଁ ଦେଖିଥିଲି । ମୁଁ ଅପରେସନ୍ ଥିଏଟର ଭିତରେ ଥିଲି । ସେ ସମୟଟି ମୋ ପାଇଁ ସବୁଠୁ ଅଧିକ ଭାବନାପୂର୍ଣ୍ଣ ଥିଲା । ଯେତେବେଳେ ଅପରେସନ୍ ଥିଏଟରକୁ ଯାଇଥିଲା ତୁରନ୍ତ ମୋ ଗୋଡ଼ ଖସିଯିବାରୁ ମୁଁ ମାହିଙ୍କ ଉପରେ ପଡ଼ିଯାଇଥିଲି । ତେଣୁ ସୁଖ ଦୁଃଖ ଭରା ଜୀବନରେ ଯେତେବେଳେ ପ୍ରଥମେ ତାରାଙ୍କୁ ଦେଖିଲି ସେତେବେଳେ ସେ ଝିଅ ହୋଇଛି କି ପୁଅ ହୋଇଛି ତାହା ଚିନ୍ତା ନକରି ବରଂ ମାହିଙ୍କ ଚିନ୍ତା ମୋତେ ଅଧିକ ଘାରିଥିଲା । ମାହି ବାରମ୍ବାର ପଚାରୁଥିଲେ ଝିଅ ହୋଇଛି ନା ପୁଅ ହୋଇଛି । ତେବେ ଡାକ୍ତର କହିଥିଲେ କି ବେବି ଗାର୍ଲ । ଏହା ଜାଣିବା ପରେ ମୁଁ ଓ ମାହି ବେଶ୍ ଆତ୍ମତୃପ୍ତି ଲାଭ କରିଥିଲୁ । ଏହା ଉପରେ ମାହି କହନ୍ତି କି ମଣିଷ ଯେତେବି କଠୋର ହୃଦୟର ହେଉନା କାହିଁକି ଯେତେବେଳେ ତାଙ୍କ ପତ୍ନୀ ପ୍ରେଗ୍‌ନେଣ୍ଟ ଥାଏ ଓ ନବଜାତ ଶିଶୁ ଜନ୍ମ ହୋଇଥାଏ ସେତେବେଳେ ତାଙ୍କ ମଧ୍ୟରେ ପରିବର୍ତ୍ତନ ଆସିଥାଏ ।

Leave A Reply

Your email address will not be published.