ସଫେଇ କର୍ମଚାରୀଙ୍କୁ ଅମିତାଭଙ୍କ ପ୍ରଶଂସା

0 78

ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଲକ୍ଡାଉନ୍ ସମୟରେ ସଫେଇ କର୍ମଚାରୀଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି । ରବିବାର ଦିନ ମୁମ୍ବାଇସ୍ଥିତ ତାଙ୍କ ବାସଭବନ ଜଲ୍ସା ବାହାରେ ସଫା କରୁଥିବା ସଫେଇ କର୍ମଚାରୀଙ୍କୁ ସେ ପ୍ରଶଂସା କରିଛନ୍ତି । ସେହିଦିନ ରାତିରେ ଅମିତାଭ ବଚ୍ଚନ ଏହାର କିିଛି ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଏଥିରେ ସଫେଇ କର୍ମଚାରୀମାନେ ତାଙ୍କ ବାସଭବନ ସମ୍ମୁଖରେ ଝାଡ଼ୁରେ ସଫା କରୁଥିବା ଆପଣ ଦେଖିପାରିବେ । ଅମିତାଭ ସଫେଇ କର୍ମଚାରୀଙ୍କ କାମ ପ୍ରତି ଏତାଦୃଶ ଏକାଗ୍ରତାକୁ ନେଇ ଖୁବ୍ ପ୍ରଶଂସା କରିଛନ୍ତି । କାଣଣ କୋଭିଡ-୧୯ ସମୟରେ ଜାରି ଲକ୍ଡାଉନ୍ ସମୟରେ ଏମାନେ ଲୋକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ପୂରା ପ୍ରତିବଦ୍ଧତା ସହକାରେ ନିଜର କାମ ନିଭାଉଛନ୍ତି । ଏବେ ଲକ୍ଡାଉନ୍ ଚାଲିଥିବା ଯୋଗୁଁ ସେ ତାଙ୍କ ପ୍ରଶଂସକଙ୍କୁ ଖୁବ୍ ମନେ ପକାଉଛନ୍ତି । ପ୍ରତ୍ୟେକ ରବିବାର ଦିନ ତାଙ୍କ ପ୍ରଶଂସକମାନେ ଜଲସା ବାହାରେ କେବଳ ଅମିତାଭଙ୍କ ଟିକିଏ ଝଲକ ପାଇବା ପାଇଁ ଭିଡ଼ ଲଗାଇଥାନ୍ତି ।

Leave A Reply

Your email address will not be published.