ରଶ୍ମିଙ୍କ ବୋଲ୍ଡ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍

0 83

ମୁମ୍ବାଇ : ଲକଡାଉନରେ ରଶ୍ମି ଦେଶାଇ ନିଜର ଅନେକ ଗ୍ଲାମରସ୍ ଫଟୋ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ନିକଟରେ ରଶ୍ମି ନିଜର କିଛି ବୋଲ୍ଡ ଫଟୋ ସେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ରଶ୍ମି ଏହି ଫଟୋକୁ ସେୟାର କରି ଲେଖିଛନ୍ତି,” ନିଜ ଜୀବନରେ ଆଗକୁ ବଢ଼ିବାକୁ ସାହସ କରନ୍ତୁ । ‘ ରଶ୍ମିଙ୍କ ଏହି ଫଟୋରେ ପ୍ରଶଂସକଙ୍କ ସହ ଟିଭି ସେଲିବ୍ରିଟିମାନେ ମଧ୍ୟ ତାଙ୍କ ପ୍ରଶଂସା କରୁଛନ୍ତି । କେବଳ ଏତିକି ନୁହେଁ,କେତେକ ଫ୍ୟାନ୍ ତାଙ୍କୁ କମେଣ୍ଟ୍ କରିଛନ୍ତି ଯେ “ବାସ୍ କରନିଆଁ ଲଗାଇ ଦେଇଛ । ରଶ୍ମି କିଛିଦିନ ହେବ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଶୁଣିବାକୁ ମିଳିଥିଲା ଯେ ତାଙ୍କ ଏକ୍ସ ବୟଫ୍ରେଣ୍ଡ ଅରହାନ୍ ଖାନ୍ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୧୫ଲକ୍ଷ ଟଙ୍କା ଉଠାଇଥିଲେ ଏବଂ ଏହା ସହ ସେ ରଶ୍ମିଙ୍କୁ ଧମକ ଦେଇଥିଲେ । ଏସବୁ ମାମଲା ପରେ ରଶ୍ମିଙ୍କ ପର୍ସନାଲ୍ ଲାଇଫକୁ ନେଇ ଅନେକ ଲୋକ ସୋସିଆଲ୍ ମିଡିଆରେ ନେଗେଟିଭ କମେଣ୍ଟସ୍ କରୁଛନ୍ତି ଯାହାର ରଶ୍ମି ଉଚିô ଜବାବ ଦେଇଛନ୍ତି । ରଶ୍ମି ଟ୍ୱିଟ୍ କରିଥିଲେ ଯେ ,” ତାଙ୍କୁ କାହାକୁ ମନ୍ତବ୍ୟ ଦେବାର ଆବଶ୍ୟକତା ନାହିଁ । ସେ ନିଜ ଦମରେ ଏଯାଏଁ ଆସିଛନ୍ତି ଏବଂ ତାଙ୍କୁ ବି ଏପରି ଆଗକୁ ବଢ଼ିବାର ଅଛି । ରଶ୍ମି ପୁଣି ଥରେ ଟ୍ୱିଟ୍ କରିଥିଲେ “ତାଙ୍କୁ ତାଙ୍କ କୌଣସି ନିଷ୍ପତ୍ତିରେ ପଶ୍ଚାତାପ ନାହିଁ । ସେ ଅତ୍ୟନ୍ତ ପରିଶ୍ରମ କରି ନିଜ ପାଇଁ ଘର କରିଛନ୍ତି ଏବଂ ଏହି ଘରେ ସେ ଜଣଙ୍କ ସହ ରହିବାକୁ ·ହୁଁଥିଲେ କିନ୍ତୁ ଏସବୁ କଥାରେ ତାଙ୍କୁ କୌଣସି ଫରକ ପଡ଼େ ନାହିଁ ।

Leave A Reply

Your email address will not be published.