ୱାଜିଦ୍ ଖାନ୍ଙ୍କ ନିଧନରେ ବଲିଉଡ୍ରେ ଶୋକର ଛାୟା

0 75

ବଲିଉଡ୍ ଦୁନିଆର ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି । ପ୍ରସିଦ୍ଧ ସଂଗୀତକାର ୱାଜିଦ୍ ଖାନ୍ଙ୍କ ନିଧନ ହୋଇଯାଇଛି । ତାଙ୍କର ମୃତ୍ୟୁ ଖବର ଆସିବା ପରେ ବଲିଉଡ୍ରେ ଶୋକର ଲହରୀ ଖେଳିଯାିଛି । ବଲିଉଡ୍ରେ ଶାଜିଦ୍-ୱାଜିଦ୍ଙ୍କ ଯୋଡ଼ି ଖୁବ୍ ଚର୍ଚ୍ଚିତ । ଏହି ଖବର ପରେ ତାଙ୍କ ପ୍ରଶଂସକମାନେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି । ଏକ ରିପୋର୍ଟ ଅନୁଯାୟୀ ୱାଜିଦ୍ ଖାନ୍ କିଡ୍ନୀଜନିତ ସମସ୍ୟା ଦେଇ ଦୀର୍ଘଦିନ ହେବ ଗତି କରୁଥିଲେ । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଜଟିଳ ହେବାରୁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୪୨ ବର୍ଷୀୟ ୱାଜିଦ୍ ଖାନ୍ଙ୍କୁ ମୁମ୍ବାଇର ଚେମ୍ବୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିଛିଦିନ ପୂର୍ବରୁ ତାଙ୍କର କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା । ତଥାପି ବି ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ସେଭଳି ଉନ୍ନତି ପରିଲକ୍ଷିତ ହୋଇନଥିଲା । ସେହିପରି ୱାଜିଦ୍ କରୋନା ସଂକ୍ରମିତ ଥିବା ଜଣାପଡ଼ିବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ଆଡ଼କୁ ଗତି କରିଥିଲା । ଡାକ୍ତରଙ୍କ ଶତଚେଷ୍ଟା ସତ୍ତେ୍ୱ ୱାଜିଦ୍ଙ୍କୁ ବଞ୍ଚାଇପାରିବା ସମ୍ଭବ ହୋଇନଥିଲା । କାରଣ କିଡ୍ନୀ ସମସ୍ୟା ଯୋଗୁଁ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ଯଥେଷ୍ଟ ହ୍ରାସ ପାଇଥିଲା ।

Leave A Reply

Your email address will not be published.