ଚିନ୍ତା ବଢ଼ାଉଛି କରୋନା ଓ ଚାଇନା

0 66

ସାରା ବିଶ୍ୱରେ ଏବେ ଦୁଇଟି ବିଷୟରେ ମୁଖ୍ୟତଃ ଚର୍ଚ୍ଚା ଜୋର୍ ଧରିଛି । ଗୋଟିଏ କରୋନା ଓ ଅନ୍ୟଟି ଚାଇନା । କରୋନା ଏବେ ସାରା ବିଶ୍ୱପାଇଁ ଯେଭଳି ମାରାତ୍ମକ ଭାଇରସ୍ ସାଜିଛି ସମଢ଼ଙ୍ଗରେ ଚାଇନା ବି ଅନ୍ୟତମ ଭାଇରସ୍ ବୋଲି ବିଶ୍ୱର ପ୍ରାୟ ଦେଶ ଅନୁଭବ କରିସାରିଲେଣି । କରୋନାର ଉତ୍ପତ୍ତିସ୍ଥଳ ଚୀନ୍ ଏହା ସମସ୍ତଙ୍କୁ ଜଣା । କରୋନା ଭାଇରସ୍ ସମଗ୍ର ବିଶ୍ୱରେ ଏବେ ତାଣ୍ଡବ ରଚୁଛି । ତାଜା ପରିସଂଖ୍ୟା ଅନୁଯାୟୀ ସମଗ୍ର ବିଶ୍ୱରେ ଏବେ କରୋନାରେ ୧ କୋଟି ୫ଲକ୍ଷ ସଂକ୍ରମିତ ହୋଇଥିବାବେଳେ ୫ଲକ୍ଷରୁ ଊଦ୍ଧ୍ୱର୍ ଲୋକଙ୍କ ଜୀବନଦୀପ ଲିଭିଗଲାଣି । ଆଗକୁ ଆହୁରି ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବେଠୁ ଚେତାବନୀ ଦେଇସାରିଛି । ଏପରି ଆମେରିକାରେ ଦୈନିକ ୧ଲକ୍ଷ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । କରୋନା ପାଇଁ ଏ ପର୍ଯ୍ୟନ୍ତ ଭ୍ୟାକ୍ସିନ୍ କିମ୍ବା କୌଣସି ନିର୍ଦ୍ଧିଷ୍ଟ ଔଷଧ ଖୋଜି ପାଇପାରିନାହାନ୍ତି ବୈଜ୍ଞାନିକ କିମ୍ବା ଚିକିତ୍ସକମାନେ । ଭାରତ କଥାକୁ ଯଦି ବିଚାରକୁ ନେବା ତେବେ ଆଜି ସୁଦ୍ଧା ଦେଶରେ ୫ଲକ୍ଷ ୮୫ହଜାର କରୋନା ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୧୭ହଜାର ପାର୍ କରିସାରିଲାଣି । ସାରା ବିଶ୍ୱ କରୋନାର ଉତ୍ପତ୍ତି ଚୀନ୍ରୁ ହୋଇଛି ବୋଲି ଜାଣିଥିଲେ ବି ତା’ ବିରୁଦ୍ଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କ’ଣ ପାଇଁ ନେଉନାହାନ୍ତି ତାହା ସମସ୍ତଙ୍କୁ ଚକିତ କରିଛି । ସେହିପରି ବିଶେଷଜ୍ଞ ଦଳଙ୍କୁ ଚୀନ୍ ଯିବା ଉପରେ ପ୍ରତିବନ୍ଧକ ଲଗାଇବା ଓ ଏହା ଉପରେ ଯାଞ୍ଚ କରିବାକୁ ଚୀନ୍ ଆଗ୍ରହ ନଦେଖାଇବାର ଭିତିରି ରହସ୍ୟ କ’ଣ ଥାଇପାରେ ତାହା ବିଶ୍ୱ ବୁଝିପାରୁନାହିଁ । ଏସବୁ ଭିତରେ ଚୀନ୍ ଆଉ ଏକ ଦୁଃସାହସ କରିବାକୁ ଚେଷ୍ଟା କରିବା ଆରମ୍ଭ କରିଦେଇଛି । ତାହା ହେଲା ବିସ୍ତାରବାଦ ନୀତି । ହିନ୍ଦ୍ ମହାସାଗର ଠାରୁ ଭାରତ ଓ ତା’ର କିଛି ପଡ଼ୋଶୀ ରାଷ୍ଟ୍ରରେ ଚୀନ୍ ଯେଭଳି ଏକଚାଟିଆ ମନୋଭାବ ପ୍ରଦର୍ଶନ କରୁଛି ତାହା ଏବେ ସାରା ବିଶ୍ୱ ପାଇଁ ଆଉ ଏକ ମୁଣ୍ଡବିନ୍ଧାର କାରଣ ସାଜିଛି । ହିନ୍ଦ୍ ମହାସାଗରରେ ପ୍ରଭୂତ୍ୱ ଜାହିର କରିବା ସହ ସେଠାରେ ବିଭିନ୍ନ ଯୁଦ୍ଧପୋତ ମୁତୟନ କରି ଅନ୍ୟ ଦେଶକୁ ଯୁଦ୍ଧ ପାଇଁ ଚାଲେଞ୍ଜ ଦେଇ ବିଶ୍ୱକୁ କ’ଣ ବାର୍ତ୍ତା ଦେବାକୁ ଚାହୁଁଛି ଚୀନ? ଭାରତୀୟ ଯବାନଙ୍କ ରକ୍ତରେ ଗଲୱାନ ମାଟିକୁ ରକ୍ତରଞ୍ଜିତ କରି ଚୀନ୍ ସାରା ବିଶ୍ୱକୁ କେଉଁ ବାର୍ତ୍ତା ଦେବାକୁ ଚେଷ୍ଟା କରୁଛି ତାହା ବୁଝିହେଉନାହିଁ । ଉଚ୍ଚ ଶକ୍ତିସଂପନ୍ନ ମିସାଇଲ୍, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ପରମାଣୁ ଓ ଆଣବିକ ଶକ୍ତିର ବ୍ୟବହାର କରି ଚୀନ୍ ସାରା ବିଶ୍ୱବିଜୟୀ ହେବାର ଚିନ୍ତା ରଖିଛି କି? ଆଉ ଯଦି ଚୀନ୍ ଏହା ଭାବୁଥାଏ ତେବେ ତା’ ଠାରୁ ମୂର୍ଖ ଆଉ କେହି ବି ହୋଇନପାରନ୍ତି । ଚୀନ୍ ବୋଧେ ଭୁଲିଯାଇଛି ଯେଉଁ ଜାପାନ ଦିନେ ନିଜକୁ ଶକ୍ତିଶାଳୀ ବୋଲାଇ ବିଶ୍ୱବିଜୟୀ ହେବାର ପ୍ରଚେଷ୍ଟା କରୁଥିଲା ତାହା ଆଜି ଶାନ୍ତ ପଡ଼ିଯାଇଛି । ଯେଉଁ ପାକିସ୍ତାନ ତଥା ମୁସ୍ଲିମ୍ ବହୁଳ କିଛି ଦେଶ ସାରା ବିଶ୍ୱରେ ଆତଙ୍କବାଦର ବାନା ଉଡ଼ାଇବାକୁ ଚାହୁଁଥିଲେ ସେମାନେ ଆଜି ପରାହତ ଓ ଶକ୍ତିହୀନ । ପୁରାଣ ଠାରୁ ଆରମ୍ଭ କରି ଅତୀତର ଏଭଳି ବହୁ ଘଟଣା ଆମ ଆଖି ଆଗରେ ଭାସିଉଠୁଛି କି ବଳିର ବଳିୟାନ୍ ଏ ଧରାପୃଷ୍ଠରେ ବେଶିଦିନ ତିଷ୍ଠି ରହିନାହିଁ । ଚୀନ୍ ଜାଣିରଖିବା ଉଚିତ୍ ଆଜି ସାରା ବିଶ୍ୱରେ ପରମାଣବିକ ଅସ୍ତ୍ରଶସ୍ତ୍ର ସବୁ ଦେଶ ପାଖରେ ମହଜୁଦ୍ ରହିଛି । ଯଦି ସାରା ବିଶ୍ୱ ଚାହିଁବି ତେବେ ନିମିଷକେ ଚୀନ୍ର ଅସ୍ତିତ୍ୱ ରହିବ ନାହିଁ । କିନ୍ତୁ ଯଦି ଭାରତ କଥା ବିଚାରକୁ ନିଆଯାଏ ତେବେ ଇତିହାସ ଦେଖନ୍ତୁ ସର୍ବଦା ଭାରତ ଶାନ୍ତିର ବାର୍ତ୍ତାବହ ସାଜିଛି । ଦୁଇଟିଯାକ ବିଶ୍ୱଯୁଦ୍ଧରେ ଭାରତ କାହାରି ପକ୍ଷ ନନେଇ ବିଶ୍ୱରେ ଶାନ୍ତି ଓ ସ୍ଥିରତା ଉପରେ ବାର୍ତ୍ତା ଦେଇ ଆସିଛି । ସେଇଥିପାଇଁ ତ ଆଜି ସାରା ବିଶ୍ୱ ଭାରତ ସପକ୍ଷରେ ଛିଡ଼ା ହୋଇଛି । ଚୀନ୍ ଭଳି ମହାମାରୀ ଭାଇରସ୍ ପାଇଁ ଏବେ ଭାରତ ଯେ ଶକ୍ତିଶାଳୀ ଆଣ୍ଟିଭାଇରସ୍ ଏକଥା ସାରା ବିଶ୍ୱ ବୁଝିସାରିଲାଣି । ବେଶିଦିନ ବିଳମ୍ବ ନାହିଁ ଚୀନ୍କୁ ଧ୍ୱସ୍ତବିଧ୍ୱସ୍ତ କରିବା ପାଇଁ । ଆର୍ଥିକ କ୍ଷେତ୍ରରେ ଚୀନ୍ର ମେରୁଦଣ୍ଡ ଭାଙ୍ଗିବାକୁ ଭାରତ ପ୍ରଥମ ପଦକ୍ଷେପ ନେଇଛି । ଆଗକୁ ଆହୁରି ଅନେକ ଅନେକ… ।

Leave A Reply

Your email address will not be published.