ଦିଦି ନଂ- ୧ରେ ବିବାହ ମହୋତ୍ସବ

0 136

ଭୁବନେଶ୍ୱର : ଜୀ-ସାର୍ଥକରେ ଚାଲିଛି ବିବାହ ମହୋତ୍ସବ । ଏହି ଧାରାରେ ସାମିଲ ହୋଇଛି ଦିଦି ନଂ -୧ । ଏହି ସପ୍ତାହ ଦିଦି ନଂ ୧ ରେ ଦିଦି ମାନେ ସେମାନଙ୍କର ବୈବାହିକ ଜୀବନର ତିକ୍ତ-ମଧୁର ସମ୍ପର୍କ ବିଷୟରେ ଆଲୋଚନା କରିବେ । ନିଜର ସ୍ୱତନ୍ତ୍ର ଦିନର ସ୍ମୃତି ଚାରଣ କରୁଛନ୍ତି । ଏହା ସହିତ ଆଜିର ଯୁବପୀଢ଼ିଙ୍କୁ ବର୍ତ୍ତମାନର ପାରିପାର୍ଶିକ ପରିବେଶରେ ପତୀ – ପତ୍ନୀ ସମ୍ପର୍କର ପରିଭାଷା କିପରି ହେବ ଉଚିତ ତାହା ଶିକ୍ଷା ଦେଉଛନ୍ତି ।

ବିବାହ ମହୋତ୍ସବରେ ଦେଖିବାକୁ ମିଳିବ ବିବାହକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଆସୁଥିବା ପ୍ରତିଯୋଗୀ ସେମାନଙ୍କ ସ୍ୱାମୀ ମାନଙ୍କ ସହ ଶିଖାଇବେ ସ୍ୱାମୀ- ସ୍ତ୍ରୀ ସମ୍ପର୍କର ସଠିକ୍‌ ପରିଭାଷା । ମନୋରଞ୍ଜନ ଭିତ୍ତିକ ଲୋକପ୍ରିୟ କାର୍ଯ୍ୟକ୍ରମ ଦିଦି ନଂ – ୧ ହେବ ଆହୁରି ଏଣ୍ଟରଟେନିଂ । କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ଅଭିନେତ୍ରୀ ଲିପି ମହାପାତ୍ରଙ୍କ ଉପସ୍ଥାପନା ଶୈଳୀ ଦର୍ଶକଙ୍କୁ କରୁଛି ବେଶ୍‌ ଆକୃଷ୍ଟ ।

ବର୍ତମାନ ଲୋକପ୍ରିୟ ପାଲଟିଛି ଦିଦି ନଂ-୧ର ସିଜନ୍‌ -୨ । ଏଥର ପ୍ରତିଯୋଗୀ କରିବେ ଆହୁରି ମନୋରଞ୍ଜନ । କାରଣ ନାଚ- ଗୀତ ସହିତ ଆପଣଙ୍କୁ ପରସୀ ଦେବେ ସେମାନଙ୍କ ଦାମ୍ପତ୍ୟ ଜୀବନର ମିଠା ଅନୁଭୂତି । ଯାହା ଅ ।ପଣକଂ ପାଇଁ ପାଲଟିବ ପ୍ରେରଣା । ତାହା ପୁଣି ଭିନ୍ନ ଅନ୍ଦାଜରେ, ଭିନ୍ନ ଢ଼ଙ୍ଗରେ..ଲୋକପ୍ରିୟ ଓଡ଼ିଅ । ଚ୍ୟାନେଲ ଜୀ-ସାର୍ଥକରେ ସୋମବାର ରୁ ରବିବାର ସନ୍ଧ୍ୟା ୫ ଟାରେ ରିଅଲିଟି ଶୋ “ଦିଦି ନମ୍ବର -୧’ ସିଜନ-୨ର ପ୍ରସାରଣ ଜାରି ରହିଛି ।

ଜୀ ସାର୍ଥକର ଏହି ଲୋକପ୍ରିୟ ରିଅଲିଟି ଶୋ ମନୋରଞ୍ଜନ ସହ ମହିଳାମାନଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସହାୟକ ହୋଇଛି । ପରିବାର ଓ ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଦିଦି ନମ୍ବର-୧ ଏକ ମାଧ୍ୟମ ହୋଇଛି । ଏହା ସହ ଏଥର ପତି – ପତ୍ନୀ ସମ୍ପର୍କର ପରିଭାଷା କଣ ତାହା ମଧ୍ୟ ଶିଖାଇବେ ଆମର ଦିଦିମାନେ । କର୍ମମୟ ଜଞ୍ଜାଳ ଭିତରେ ଗତିଶୀଳ ଜୀବନକୁ ଏହି ମଞ୍ଚରେ କରିପାରିବେ ପରିପ୍ରକାଶ । ଯାହା ସେମାନଙ୍କୁ ଦେବ ଏକ ସ୍ୱତନ୍ତ୍ର ପରିଚୟ ।

Leave A Reply

Your email address will not be published.