ପ୍ରଧାନମନ୍ତ୍ରୀ ମୋଦି ଲିଖିତ ଗୀତ ରିଲିଜ

0 71

ନୂଆଦିଲ୍ଲୀ, ୧୫ା୧୦: ଗୀତଲେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି । ଗୁଜରାଟର ପ୍ରସିଦ୍ଧ ଗରବାଗୀତ “ମା‡ି’ ରିଲିଜ୍ ହୋଇଛି ।ଏହାକୁ ଲେଖିଛନ୍ତି ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦି । ପବିତ୍ରନବରାତ୍ରର ପ୍ରଥମ ଦିନଅବସରରେ ଏହାକୁ ସେ ସୋଶାଲମିଡିଆରେ ସେୟାର କରିଛନ୍ତି ।ଏହି ଗୀତକୁ ଦୁଇଟି ଭର୍ସନରେରିଲିଜ କରାଯାଇଛି । ମେଲ୍ଭର୍ସନରେ ଗୀତକୁ ଦିବ୍ୟା କୁମାରଗାଇଥିବା ବେଳେ ସଙ୍ଗୀତନିଦେ୍ର୍ଦଶନା ଦେଇଛନ୍ତି ମିତବ୍ରଦସ୍ଙ୍କ ଯୋଡ଼ି । ସେହିପରିପ୍ରଧାନମନ୍ତ୍ରୀଙ୍କ ଲିଖିତ ଏହି ଗରବାଗୀତଟିକୁ ଫି-ମେଲ୍ ଭର୍ସନରେବଲିଉଡର ଫେମସ୍ ସିଙ୍ଗର ଧ୍ୱନୀଭାନୁଶାଳୀ ଗାଇଛନ୍ତି । ଏହାର ନାଁରହିଛି ‘ଗର୍ବୋ’ । ଏହାର ମ୍ୟୁଜିକକମ୍ପୋଜ କରିଛନ୍ତି ତନିସ୍କ ବାଗ୍ଚୀ ।କେବଳ ସେତିକି ନୁହେଁ ଗୀତରେଧ୍ୱନୀ ଭାନୁଶାଳୀଙ୍କୁ ଦେଖିବାକୁ ମଧ୍ୟମିଳିଛି । ଏହି ପ୍ରୋଜେକ୍ଟରେ ସାମିଲହୋଇଥିବାରୁ ସେ ବେଶ୍ ଖୁସି ଥିବାକହିଛନ୍ତି । ନିଜ ସୋଶାଲ ମିଡିଆହ୍ୟାଣ୍ଡେଲରେ ସେ ଏହି ମ୍ୟୁଜିକଭିଡିଓକୁ ସେୟାର୍ ମଧ୍ୟ କରିଛନ୍ତି ।ଏଥିସହ ଧ୍ୱନୀ ପ୍ରଧାନମନ୍ତ୍ରୀମୋଦିଙ୍କୁ ଧନ୍ୟବାଦ ଜଣାଇଲେଖିଛନ୍ତି, ନରେନ୍ଦ୍ର ମୋଦି ଜୀ,ମୋତେ ଓ ତନିସ୍କ ବାଗ୍ଚୀଙ୍କୁଆପଣଙ୍କ ଦ୍ୱାରା ଲିଖିତ ଗର୍ବା ଗୀତବେଶ୍ ପସନ୍ଦ ଆସିଛି । ଏହି ମ୍ୟୁଜିକଭିଡିଓର ନିର୍ମାତା ହେଉଛନ୍ତି ଜ୍ୟାକି]ଭଗନାନୀ । ୪ ମିନିଟ୍୪୦ସେକେଣ୍ଡର ଏହି ଗୀତରେଗୁଜରାଟର କଳା, ସଂସ୍କୃତି ଏବଂସଭ୍ୟତାର ଝଲକ ଦେଖିବାକୁମିଳିଛି । ଲୋକଙ୍କୁ ଏହି ଗୀତ ବେଶ୍ପସନ୍ଦ ଆସିଛି । ଗୀତଟିକୁ ବର୍ତ୍ତମାନସୁଦ୍ଧ ୨ ମିଲିଅନରୁ ଅଧିକ ଲୋକଦେଖି ସାରିଲେଣି । ପ୍ରଧାନମନ୍ତ୍ରୀମୋଦିଙ୍କ ଦ୍ୱାରା ଲିଖିତ ଏହି ଗର୍ବାଗୀତରେ ନବରାତ୍ରୀ ପର୍ବବିଷୟରେ କୁହାଯାଇଛି ।ଗୁଜରାଟର ସଂସ୍କୃତି ଓ ଐତିହକୁ
ଗୀତରେ ପ୍ରଦର୍ଶିତ କରାଯାଇଛି ।

Leave A Reply

Your email address will not be published.