ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ୯୨୦ କୋଟିରୁ ଅଧିକ ନେଟ୍ ଲାଭ

0 57

ଭୁବନେଶ୍ୱର,(ଡିକେ ନୁ୍ୟଜ୍): ବ୍ୟାଙ୍କ ଅଫ୍ମହାରାଷ୍ଟ୍ର ଏହାର ଦ୍ୱିତୀୟ ତୈ୍ରୟମାସରେଅନାଦେୟ ଋଣରେ ହ୍ରାସ ଏବଂ ସୁଧ ଆୟରେବୃଦ୍ଧି ସହ ଶତକଡା ୭୨ ପ୍ରତିଶତ ଅଭିବୃଦ୍ଧିହାରରେ ୯୨୦ କୋଟି ଟଙ୍କାର ନେଟ୍ ଲାଭସଂଗ୍ରହ କରିଛି ଯାହା ପୂର୍ବ ବର୍ଷ ଏହି ସମୟରେ୫୩୫ କୋଟି ଟଙ୍କା ରହିଥିଲା । ଆର୍ଥିକ ବର୍ଷ୨୦୨୩ର ଦ୍ୱିତୀୟ ତୈ୍ରୟମାସରେ ବ୍ୟାଙ୍କର ନେଟ୍ସୁଧ ଆୟ ଶତକଡା ୨୮.୮୮ ପ୍ରତିଶତ ଅଭିବୃଦ୍ଧିହାର ହାସଲ କରି ୨,୪୩୨ କୋଟି ଟଙ୍କାରେପହଞ୍ଚôଛି ଯାହା ପୂର୍ବ ବର୍ଷ ଏହି ସମୟରେ୧,୮୮୭ କୋଟି ଟଙ୍କା ଥିଲା । ବ୍ୟାଙ୍କର ନେଟ୍ ଇଣ୍ଟରେଷ୍ଟମାର୍ଜିନ୍ (ଏନ୍ଆଇଏମ୍) ଶତକଡା ୩.୫୫ ପ୍ରତିଶତରୁଶତକଡା
୩.୮୯ ପ୍ରତିଶତକୁ ବୃଦ୍ଧି ପାଇଛି । ବ୍ୟାଙ୍କର ନେଟ୍ଏନ୍ପିଏ କିମ୍ବା ଅନାଦେୟ ଋଣ ଶତକଡା ୦.୨୩ପ୍ରତିଶତକୁ ହ୍ରାସ ପାଇଛି ଯାହା ପୂର୍ବ ବର୍ଷ ଏହିସମୟରେ ଶତକଡା ୦.୬୮ ପ୍ରତିଶତ ରହିଥିଲା ।ବ୍ୟାଙ୍କର ପ୍ରୋଭିଜନ୍ କଭରେଜ ଅନୁପାତଶତକଡା ୯୮.୪୦ ପ୍ରତିଶତକୁ ବୃଦ୍ଧି ପାଇଛିଯାହା ସେପ୍ଟେମ୍ବର ୨୦୨୨ ରେ ଶତକଡା୯୬.୦୬ ପ୍ରତିଶତ ରହିଥିଲା । ଅନାଦେୟଋଣର ବ୍ୟବସ୍ଥା ଦ୍ୱିତୀୟ ତୈ୍ରୟମାସରେ ୫୩୨କୋଟି ଟଙ୍କାରୁ ୫୯୭ କୋଟି ଟଙ୍କାକୁ ବୃଦ୍ଧିପାଇଛି । ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବ୍ୟାଙ୍କରଗ୍ରସ୍ ଅଗ୍ରିମ ଶତକଡା ୨୩.୫୫ ପ୍ରତିଶତ ବୃଦ୍ଧିପାଇ ୧,୮୩,୧୨୨ କୋଟି ଟଙ୍କାରେ ପହଞ୍ଚିଛି ।କାର୍ଯ୍ୟନିର୍ବାହୀ ଅଧିକାରୀ ଏ.ଏସ୍. ରାଜୀବ କହିଛନ୍ତି ଯେ,ବ୍ୟାଙ୍କର ଅଗ୍ରୀମରେ ଶତକଡା ୨୩ ପ୍ରତିଶତ ବୃଦ୍ଧି ରହିବାବେଳେ ଜମା କ୍ଷେତ୍ରରେ ଶତକଡା ୧୫-୧୬ ପ୍ରତିଶତବୃଦ୍ଧି ସହିତ ଆର୍ଥିକ ବର୍ଷ ୨୦୨୪ରେ ନେଟ୍ ଇଣ୍ଟରେଷ୍ଟମାର୍ଜିନ୍ (ଏନ୍ଆଇଏମ୍) ଶତକଡା ୩.୫୦ ପ୍ରତିଶତରହିବ ବୋଲି ସେ ଆଶା କରିଛନ୍ତି । ବ୍ୟାଙ୍କର ପୁଞ୍ଜିସ୍ୱଚ୍ଛଳତା ହାର ଶତକଡା ୧୭.୬୧ ପ୍ରତିଶତକୁ ବୃଦ୍ଧି ସହିତଇକୁ୍ୟଟି ଟାୟାର-୧ ଅନୁପାତ ଶତକଡା ୧୨.୨୮ପ୍ରତିଶତ ରହିଛି । ଉଭୟ ଜମା ଓ ଲେଣ୍ଡିଂ କ୍ଷେତ୍ରରେପରବର୍ତ୍ତୀ ୨ ତୈ୍ରୟମାସିକ ମଧ୍ୟରେ କୈାଣସିପରିବର୍ତ୍ତନ ହେବ ନାହିଁ ବୋଲି ଶ୍ରୀ ରାଜୀବ ଆଶା କରିଛନ୍ତି ।

Leave A Reply

Your email address will not be published.