ଆଇଏମ୍ପିଏସ୍: ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦେଣେନେଣେ ବ୍ୟବସ୍ଥା

0 105

ନୂଆଦିଲ୍ଲୀ: ଟଙ୍କା ପଠାଇବା ସହଜ କରିବା ଲାଗିନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ ଅଫ୍ ଇଣ୍ଡିଆ(ଏନ୍ପିସିଆଇ) ପକ୍ଷରୁ ତକ୍ରାଳ ପେମେଣ୍ଟ୍ ସେବାବା ଆଇଏମ୍ପିଏସ୍ରେ ସରଳୀକରଣ କରାଯିବ ।ଏହା ଜରିଆରେ କେବଳ ମୋବାଇଲ୍ ନମ୍ବର ଥିଲେ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଠାଇହେବ । ଏହି ସୁବିଧାପାଇବା ପାଇଁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ରେ ଆଉହିତାଧିକାରୀ ଯୋଡ଼ିବାକୁ ପଡ଼ିବ ନାହିଁ । ବ୍ୟାଙ୍କ ଖାତାନମ୍ବର, ଆଇଏଫ୍ଏସ୍ସି କୋଡ୍ ଆଦି ଦରକାରପଡ଼ିବନି । ଆଇଏମ୍ପିଏସ୍ରେ ଦୁଇ ପ୍ରକାର ସେବା
ରହିଛି । ଗୋଟିଏ ହେଉଛି “ବ୍ୟକ୍ତିଙ୍କ ଠାରୁ ଖାତା’କୁଏବଂ ଅନ୍ୟଟି ହେଉଛି “ବ୍ୟକ୍ତିଙ୍କଠାରୁ ବ୍ୟକ୍ତି’ଙ୍କୁପେମେଣ୍ଟ୍ । ବ୍ୟକ୍ତିଙ୍କ ଠାରୁ ଖାତା ପେମେଣ୍ଟ୍ ବିକଳ୍ପରେଟଙ୍କା ପଠାଇବାକୁ ଥିବା ବ୍ୟକ୍ତିଙ୍କ ଖାତା ନମ୍ବର, ବ୍ୟାଙ୍କନାମ ଏବଂ ଆଇଏଫ୍ଏସ୍ସି କୋଡ୍ ଦରକାର । କିନ୍ତୁବ୍ୟକ୍ତିଙ୍କ ଠାରୁ ବ୍ୟକ୍ତିଙ୍କୁ ବିକଳ୍ପରେ କେବଳ ମୋବାଇଲ୍ନମ୍ବର ଓ ମୋବାଇଲ୍ ମନି ଆଇଡେଣ୍ଟିଫାୟର(ଏମ୍ଏମ୍ଆଇଡି) ନମ୍ବର ଥିଲେ ଟଙ୍କା ପଠାଇହେବ ।

Leave A Reply

Your email address will not be published.