ଟାଟା ଷ୍ଟିଲ୍ର ନେଷ୍ଟ୍-ଇନ୍ ପକ୍ଷରୁ କୋଭିଡ୍-୧୯ ଚିକିତ୍ସା ବ୍ୟବସ୍ଥା ପାଇଁ ଆଇସୋଲେସନ୍ ଓ କ୍ୱାରାଣ୍ଟିନନ କେବିନ୍ ପ୍ରସ୍ତୁତ

ଭୁବନେଶ୍ୱର : ଭାରତର ସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ଼ କରିବାର ସଂକଳ୍ପ ଓ ଉଦ୍ୟମ ସ୍ୱରୂପ ଟାଟା ଷ୍ଟିଲ୍ ପକ୍ଷରୁ କ୍ୱାରାଟିଂନ୍ କ୍ୟାବିନ୍ ଓ ଆଇସୋଲେସନ୍ କେବିନ୍ ଡିଜାଇନ୍ ଓ ବିକଶିତ କରାଯାଉଛି ଯାହା ହେଉଛି ଏକ ପ୍ରମୁଖ ଭିତିଭୂମି ଯାହାକୁ କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଇପାରିବ । ଏହି ମହାମାରୀ ବିରୋଧରେ ଲଢ଼େଇ ପାଇଁ ଟାଟା ଗ୍ରୁପ୍ ଉଦ୍ୟମର ଏହା ହେଉଛି ଏକ ଅଂଶ । ଟାଟା ଷ୍ଟିଲ୍ ଏହାର ସର୍ଭିସେସ୍ ଆଣ୍ଡ୍ ସଲ୍ୟୁସନ୍ସ ପୋର୍ଟଫୋଲିଓର ଅଂଶ ଭାବେ ଏହି ନୂତନ ସମାଧାନର ଇଞ୍ଜିନିୟରିଂ, ଡିଜାଇନ୍ ଓ ଯୋଗାଣ ଶୃଙ୍ଖଳ ଉପରେ କାର୍ଯ୍ୟ କରୁଛି । ଟାଟା ଷ୍ଟିଲ୍ର ନୂଆ ମାଟେରିଆଲସ୍ ବ୍ୟବସାୟ ଏବଂ ଟ୍ୟୁବସ୍ ଷ୍ଟ୍ରାଟେଜିକ୍ ବିଜନେସ୍ ୟୁନିଟ୍ର ବିଶେଷତାକୁ ମଧ୍ୟ ଏହା ବ୍ୟବହାର କରୁଛି । ଟାଟା ଷ୍ଟିଲ ଏବେ ନେଷ୍ଟ୍ ଇନ୍ ଜରିଆରେ ବଡ଼ ଧରଣର ବରାଦ ଉପରେ କାର୍ଯ୍ୟ କରୁଛି ଏବଂ ବର୍ତମାନ ଏହା ୫୫୦ ଶଯ୍ୟାର ଆଇସୋଲେସନ୍ ବ୍ୟବସ୍ଥା ପାଇଁ ଆଇସୋଲେସନ୍ ଓ କ୍ୱାରାଟିଂନ୍ କ୍ୟାବିନ୍ ଯୋଗାଣ ପ୍ରକ୍ରିୟା ଉପରେ କାର୍ଯ୍ୟ କରୁଛି । ପ୍ରାୟ ୮୦,୦୦୦ ବର୍ଗଫୁଟରେ ବ୍ୟାପ୍ତ ଥିବା ଏହି ବ୍ୟବସ୍ଥାକୁ ମାତ୍ର ୬୦ ଦିନରେ ବିକଶିତ କରାଯିବ । ଭାରତର ଉତର-ପୂର୍ବରେ ମଧ୍ୟ ଏକ କ୍ୱାରାଟିଂନ୍ କେବିନ ବରାଦ ଉପରେ କାର୍ଯ୍ୟ ଜାରି ରହିଛି । ଏ ସଂକ୍ରାନ୍ତରେ ଟାଟ ଷ୍ଟିଲ୍ର ସର୍ଭିସେସ୍ ଆଣ୍ଡ୍ ସଲ୍ୟୁସନ୍ସର ମୁଖ୍ୟ ପି ଆନନ୍ଦ କହିଛନ୍ତି ଯେ, “ଦେଶ ଏବେ ଇତିହାସର ସବୁଠୁ ଆହ୍ୱାନପୂର୍ଣ୍ଣ ସମସ୍ୟା ଦେଇ ଗତି କରୁଥିବା ବେଳେ କୋଭିଡ୍-୧୯ ବ୍ୟାପିବା ରୋକିବା ଏବଂ ଚିକିତ୍ସା ପାଇଁ ସାରା ଦେଶରେ ହେଉଥିବା ବୃହତ ଉଦ୍ୟମକୁ ବଢ଼ାଇବା ଏବଂ ଶ୍ରେଷ୍ଠ ଭୌତିକ ଭିତିଭୂମି ଯୋଗାଇବା ଲାଗି ଆମେ ଉଦ୍ୟମ କରୁଛୁ । ଏହି ଉଦ୍ୟମର ଏକ ପ୍ରମୁଖ ଅଂଶ ହେଉଛି ଟାଟା ଷ୍ଟିଲ୍ର ନେଷ୍ଟ୍-ଇନ୍ ଦ୍ୱାରା କ୍ୱାରାଟିଂନ୍ ଓ ଆଇସୋଲେସନ୍ କ୍ୟାବିନ୍ର ଡିଜାଇନ୍ ଓ ଉତ୍ପାଦନ କରାଯାଉଛି । ଆମେ ଦୃଢ଼ ଭାବେ ବିଶ୍ୱାସ କରୁ ଯେ ଏକ ସଙ୍କଟରୁ ଅନୁପ୍ରାଣିତ ହୋଇଥିବା ନୂତନତ୍ୱ ଶ୍ରେଷ୍ଠ ସଫଳତା ଏବଂ ଏହି ଆହ୍ୱାନପୂର୍ଣ୍ଣ ଘଡ଼ିରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ସ୍ୱତନ୍ତ୍ର ଭାବେ ଆବଶ୍ୟକ ହେଉଥିବା ସମାଧାନ ଯୋଗାଇବା ଲାଗି ଆମ ଅଭିଜ୍ଞ ପେସାଦାରମାନେ ସବୁ ପ୍ରକାର ଉଦ୍ୟମ କରୁଛନ୍ତି । କୋଭିଡ୍-୧୯ ବ୍ୟାପିବା ରୋକିବା ଲାଗି ସହାୟତା ଆବଶ୍ୟକ କରୁଥିବା ଯେକୌଣସି ଶିଳ୍ପ ପାଇଁ ସମାଧାନ ସୃଷ୍ଟି କରିବା ଲାଗି ଅମେ ପ୍ରତିବଦ୍ଧ ।’’ବର୍ତମାନ ଯେଉଁ ବ୍ୟବସ୍ଥା ବିକଶିତ କରାଯାଉଛି ସେଠାରେ ପ୍ରତି ସପ୍ତାହରେ ୨୫ କ୍ୱାରାଂଟିନ୍ ଓ ଆସୋଲେସନ୍ କ୍ୟାବିନ ଯୋଗାଇ ଦିଆଯିବ ଯେଉଁଥିରେ ୧୨୫ଟି ଶଯ୍ୟା ରହିବ । ସାରା ଦେଶ ପାଇଁ ଟାଟା ଷ୍ଟିଲ୍ର ନେଷ୍ଟ୍-ଇନ୍ କ୍ୱାରାଟିଂନ୍ ଓ ଆଇସୋଲେସନ୍ କ୍ୟାବିନ୍ ଉତ୍ପାଦନ ଓ ସମୟରେ ଯୋଗାଣ କରୁଛି । ଦେଶର ବିଭିନ୍ନ ସ୍ଥାନରେ ଏହି ବ୍ୟବସ୍ଥା ବିକଶିତ କରିବା ଲାଗି କଂପାନି ବିଭିନ୍ନ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛି ।

Leave a Reply

Your email address will not be published. Required fields are marked *