ଚିଠା ନିୟମ : ଆପାର୍ଟମେଣ୍ଟ କିଣାବିକା ନେଇ ବାଟ ଖୋଲିଲା

0 61

ଭୁବନେଶ୍ୱର,୧୫ା୧୦(ଡିକେ ନୁ୍ୟଜ):ଆସିଲା ଓଡ଼ିଶା ଆପାର୍ଟମେଣ୍ଟ(ମାଲିକାନା ଓ ପରିଚାଳନା) ଚିଠାନିୟମ । ଓଡ଼ିଶା ଆପାର୍ଟମେଣ୍ଟ ଆଇନ୨୦୨୩ ଅଧୀନରେ ଚିଠା ନିୟମଆସିଛି । ଚିଠା ନିୟମ ନେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଚିଠା ନିୟମରେଆପାର୍ଟମେଣ୍ଟ କ୍ରେତାଙ୍କ ଆସୋସିଏସନ୍ ଗଠନର ବାଇ ଲ’ ରହିଛି । ଚିଠା ନିୟମଜାରି ସହ ଲୋକମାନଙ୍କର ମତାମତକୁ ଅପେକ୍ଷା କରାଯିବ । ଗତ ୧୩ ତାରିଖରେବିଜ୍ଞପ୍ତି ଜାରି ହୋଇଛି । ମତାମତ ଦେବା ପାଇଁ ୩୦ ଦିନର ଅବଧି ଦିଆଯାଇଛି ।ଚିଠା ନିୟମ ଜାରି ପରେ ଲୋକମାନଙ୍କ ମତାମତ ପାଇଁ ୩୦ ଦିନ ମହଲତରହିଛି । ଏହି ଆଇନ ଲାଗୁ ହେଲେ ଆପାର୍ଟମେଣ୍ଟ କିଣାବିକା ନେଇ ବାଟ ଖୋଲିବ ।ଆପାର୍ଟମେଣ୍ଟ କ୍ରେତାଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ରାଜ୍ୟ ସରକାର ଏହି ନୂଆ ଆଇନଆଣିଛନ୍ତି । ସାରା ଦେଶରେ ଏଭଳି ଆଇନ ଆଣିବାରେ ଓଡ଼ିଶା ପ୍ରଥମ ରାଜ୍ୟ ।ଆପାର୍ଟମେଣ୍ଟ ମାଲିକାନା ଆଇନ ନଥିବାରୁ ଦେଢ଼ବର୍ଷ ହେଲା କିଣାବିକା ବନ୍ଦ ଥିଲା ।ନୂଆ ଆଇନ କ୍ରେତାଙ୍କ ସ୍ୱାର୍ଥ ସହ ଡେଭଲପ୍ରଙ୍କ ସୁବିଧାକୁ ଦୃଷ୍ଟିରେ ରଖାଯାଇଛି ।ଏହି ନିୟମ ଲାଗୁ ହେଲେ ଆପାର୍ଟମେଣ୍ଟ କିଣାବିକା ନେଇ ବାଟ ଖୋଲିବ ।ଭୁବନେଶ୍ୱର,୧୫ା୧୦(ଡିକେ ନୁ୍ୟଜ):ରାଜ୍ୟରେ ପ୍ରାଥମିକ କୃଷିଋଣ ସମିତି (ପାକ୍ସ)ଏବଂ ବୃହତାକାର ବହୁମୁଖୀ ସମବାୟସମିତି (ଲ୍ୟାମ୍ପସ୍) ପେଟ୍ରୋଲ ପମ୍ପ, ଏଲପିଜିଡିଲରସିପ୍ ନେବାପାଇଁ ନିଷ୍ପତ୍ତି ହେବା ପରେଏନେଇ ଆଗ୍ରହ ପ୍ରକାଶ ପାଇଛି ।ରାଜ୍ୟବ୍ୟାପୀ ମୋଟ ୧୦ଟି ଜିଲ୍ଲାରେ୧୪ଟି ପ୍ରସ୍ତାବ ଆସିଥିବା ବେଳେ ୯ଟି ପାକ୍ସଏବଂ ଲ୍ୟାମ୍ପସ ପେଟ୍ରୋଲ ପମ୍ପ ପାଇଁଆବେଦନ ମଧ୍ୟ କରିଛନ୍ତି । ଉପରୋକ୍ତଆବେଦନ ହସ୍ତଗତ ହେବା ରାଜ୍ୟ ସମବାୟସମିତି ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ଏନେଇତତ୍ପରତା ପ୍ରକାଶ କରିଛି । ରେଜିଷ୍ଟ୍ରାରଙ୍କକାର୍ଯ୍ୟାଳୟଙ୍କ ପକ୍ଷରୁ ୯ଟି ଜିଲ୍ଲାର ଡେପୁଟିରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟକୁ ଆବେଦନଉପରେ ନିରୀକ୍ଷଣ କରିବାକୁ କୁହାଯାଇଛି ।ନିରୀକ୍ଷଣ ପରେ ସବିଶେଷ ରିପୋର୍ଟହସ୍ତଗତ ହେଲେ ପରବର୍ତ୍ତୀ ପଦକ୍ଷେପନିଆଯିବ । ସୂଚନାଯୋଗ୍ୟ ଯେ ପାକ୍ସ ଏବଂଲ୍ୟାମ୍ପସଗୁଡ଼ିକ ଏଣିକି ପେଟ୍ରୋଲ ପମ୍ପ,ଏଲପିଜି ଡିଲରସିପ୍ ନେଇପାରିବେ ।ସମବାୟ ଆନେ୍ଦାଳନକୁ ଅଧିକ କ୍ରୀୟାଶୀଳକରିବା ଲକ୍ଷ୍ୟରେ ପେଟ୍ରୋଲ/ଡିଜେଲ ପମ୍ପତଥା ଏଲ୍ପିଜି ଡିଲରସିପ୍ ଆବଣ୍ଟନରେ ପାକ୍ସଗୁଡିକୁ ଅଗ୍ରାଧିକାର ପ୍ରଦାନ ନେଇନିକଟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।ପାକ୍ସ ଗୁଡିକୁ ଅଧିକ ରୋଜଗାର ପ୍ରଦାନକରିବା, କାରବାର ବୃଦ୍ଧି ସର୍ବୋପରି ଗ୍ରାମୀଣଅର୍ଥନୀତିରେ ସୁଧାର ଆଣିବା ନିମନ୍ତେଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଏହିଏହି ନିଷ୍ପତ୍ତି ନିଆଯାଇଥିଲା । ଏହିକ୍ରମରେରାଜ୍ୟର ମୋଟ ୧୪ଟି ପାକ୍ସ ଏବଂ ଲ୍ୟାମ୍ପସ୍ନି କଟରୁ ପେଟ୍ରୋଲ ପମ୍ପ ପ୍ରତିଷ୍ଠା ନେଇପ୍ରସ୍ତାବ ଆସିଥିବା ବେଳେ ୯ଟି ଆବେଦନହୋଇଥିବା ଜଣାପଡ଼ିଛି । ଖୋର୍ଦ୍ଧା ଜିଲ୍ଲାର ଶିଶୁପାଳଗଡ଼ ପାକ୍ସ, କେନ୍ଦୁଝରର ଯୋବ୍ରାଲ୍ୟାମ୍ପସ୍, ଗଜପତି ଜିଲ୍ଲାର ଜୀବପଦମପୁରପାକ୍ସ, ଗୁମ୍ମା ଲ୍ୟାମ୍ପସ୍, ସୁନ୍ଦରଗଡ଼ ଜିଲ୍ଲାରଲାଇଂ ଲ୍ୟାମ୍ପସ୍, କୋଇଡା ଲ୍ୟାମ୍ପସ୍,ଯାଜପୁର ଜିଲ୍ଲାର ସାଉଦିଆ ପାକ୍ସ, ଭଦ୍ରକରଯଶୀପୁର ଏସ୍ସିଏସ୍ ଓ ଦେବଗଡ଼ ଜିଲ୍ଲାର ଦନରା ପାକ୍ସ ପେଟ୍ରୋଲ ପମ୍ପ ଡିଲରସିପ୍ନେବା ପାଇଁ ବିଧିବଦ୍ଧ ଭାବେ ଆବେଦନକରିଥିବା ଜଣାପଡ଼ିଛି । ଆବେଦନ ଆସିବାପରେ ଏହି ବ୍ୟବସାୟ କରିବା ପାଇଁ ସମ୍ପୃକ୍ତସମବାୟ ସମିତି ଆର୍ଥିକ ଦୃଷ୍ଟିରୁ କେତେସକ୍ଷମ ସେନେଇ ପରଖାଯିବ । ସେହିପରିସମ୍ପୃକ୍ତ ସମବାୟ ପୃଷ୍ଠା ୭ ଦେଖନ୍ତୁ…ସୁଧୁରିବ ଗ୍ରାମୀଣ ଅଥ

Leave A Reply

Your email address will not be published.