୨୦ରୁ ଗଡ଼ିବନି ବସ୍

0 103

ଭୁବନେଶ୍ୱର,୧୮ା୧୦(ଡିକେ ନୁ୍ୟଜ):ସରକାରଙ୍କ ସହ ଆଲୋଚନା ବିଫଳ ହେବାଏବଂ ଦାବି ପୂରଣ ନ ହେବାରୁ ପୁଣି ଥରେଧର୍ମଘଟ ଡାକରା ଦେଇଛନ୍ତି ଘରୋଇ ବସ୍ମାଲିକ ସଂଘ । ଆସନ୍ତା ୨୦ ତାରିଖରୁସାରା ରାଜ୍ୟରେ ବସ୍ ଧର୍ମଘଟ କରାଯିବ ।ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଘରୋଇବସ୍ ମାଲିକ ସଂଘ ଏମିତି ନିଷ୍ପତ୍ତି ନେଇଛନ୍ତି ।ପାର୍ବଣ ସମୟରେ ବସ୍ ଚଳାଚଳ ନ ହେଲେଲୋକ ହଇରାଣ ହୋଇପାରନ୍ତି । ପୂଜାଛୁଟିରେ ଧର୍ମଘଟ ପାଇଁ ପରିସ୍ଥିତି ବାଧ୍ୟକରିଛି । ଆମ ପାଖରେ ଆଉ କିଛି ବିକଳ୍ପନାହିଁ । ତେଣୁ ଲୋକଙ୍କୁ ଆଗୁଆ କ୍ଷମା ମାଗୁଛୁବୋଲି କହିଛନ୍ତି ସଂଘ ସଂପାଦକ ଦେବେନ୍ଦ୍ରସାହୁ । ଏହା ପୂର୍ବରୁ ସରକାରଙ୍କ ଲକ୍ଷ୍ମୀଯୋଜନାକୁ ବିରୋଧ କରି ଅକ୍ଟୋବର୧୦ରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟକରିବାକୁ ଘରୋଇବସ ମାଲିକ ସଂଘ ନିଷ୍ପତ୍ତି ନେଇଥିଲେ । ସରକାର ସଂଘର ଦାବି ନ ମାନିବା ଏବଂ ଆଲୋଚନାନ କରିବାରୁ ସଂଘ ବସ୍ ଡାକରା ଦେଇଥିବା ଅକ୍ଟୋବର ୮ ତାରିଖ ସୂଚନା ଦେଇଥିଲେ ବସ୍ମାଲିକ ସଂଘରସାଧାରଣ ସଂପାଦକ । ତେବେ ଏହାର ୨୪ ଘଣ୍ଟା ନ ପୂରୁଣ ନିଜ ନିଷ୍ପତ୍ତିରୁଓହରିଥିଲେ ବସ ମାଲିକ ସଂଘ । ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିବାକୁନିଷ୍ପତ୍ତି ନେଇଥିଲେ । ପୂର୍ବରୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସରକାରଙ୍କ ସହ ଆଲୋଚନାସକରାତ୍ମକ ହୋଇଥିବା ବସ୍ ମାଲିକ ସଂଘ କହିଥିଲା । ଏନେଇ ଅଲ୍ ଓଡ଼ିଶା ବସ୍ ମାଲିକସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଥିଲେ । ସେ କହିଥିଲେ ସରକାରଆମ ଦାବି ଶୁଣିଛନ୍ତି, ଦାବି ଯଥାର୍ଥ ବୋଲି କହିଥିଲେ । ରାଜ୍ୟ ସରକାର ବସ୍ ମାଲିସ ସଂଘକୁଲିଖିତ ଭାବେ ଦେଲେ ଧର୍ମଘଟରୁ ଓହରିବୁ ବୋଲି ସେ କହିଥିଲେ । ବୈଠକରେ ୫-ଟିସଚିବ ଭି.କେ. ପାଣ୍ଡିଆନ ଏବଂ ଟ୍ରାନ୍ସପୋର୍ଟ କମିଶନର ପ୍ରମୁଖ ଉପସ୍ଥିତ ଥିଲେ । ତେବେଏମିତି କଣ ଘଟିଲା ଯେ ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା ସକରାତ୍ମକ ହେଲାନି, ଯାହାଫଳରେ ଘରୋଇ ବସ୍ ମାଲିକ ପୁଣି ଥରେ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଲକ୍ଷ୍ମୀଯୋଜନାକୁ ବିରୋଧ କରି ଆସନ୍ତା ୨୦ ତାରିଖରୁ ସାରା ରାଜ୍ୟରେ ଧର୍ମଘଟ କରିବାକୁ ଆଜିପୁଣି ଥରେ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ ସାରା ରାଜ୍ୟରେ ଆରମ୍ଭ ହୋଇଥିବାସରକାରଙ୍କ ନୂଆ ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରିଛନ୍ତି ବସ୍ ଆସୋସିଏସନ୍ । ବସ୍ମାଲିକ ସଂଘର ଅଭିଯୋଗ ଅନୁସାରେ-ଗାଁରୁ ଗାଁ କିମ୍ବା ଗାଁରୁ ବ୍ଲକ୍କୁ ଲକ୍ଷ୍ମୀ ଯୋଜନାରେ ବସ୍·ଲିଲେ କୌଣସି ଅସୁବିଧା ନାହିଁ । କିନ୍ତୁ ବ୍ଲକ୍ରୁ ଜିଲ୍ଲାକୁ ଓ ସହରକୁ ଗଡ଼ିଲେ ଘରୋଇ ବସ୍ମାଲିକ କ୍ଷତି ସହିବେ ବୋଲି ସଂଘ କହିଛି । ନିର୍ଦ୍ଦିଷ୍ଟ ଗାଇଡ୍ ଲାଇନ୍ ଆଣିବା ପାଇଁ ସେମାନେଦାବି କରିଥିଲେ । ଏଥିସହ ଲକ୍ଷ୍ମୀ ଯୋଜନାରେ ଘରୋଇ ବସ୍କୁ ସାମିଲ୍ କରିବାକୁ ଦାବିକରିଛନ୍ତି । ଅକ୍ଟୋବର ୨ରେ ମୋ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ହୋଇ ସାରିଛି । ବସଯୋଜନାରେ ପଞ୍ଚାୟତ ସହ ବ୍ଲକ୍ ଓ ବ୍ଳକ୍ ସହ ଜିଲ୍ଲା ଯୋଡ଼ିବାକୁ ରାଜ୍ୟ ସରକାରଙ୍କ ଯୋଜନା ।

Leave A Reply

Your email address will not be published.